ଭୁବନେଶ୍ୱର,୫।୧୨(ବ୍ୟୁରୋ): ଖଣ୍ଡଗିରି ଥାନା ଅଞ୍ଚଳର ବଳାତ୍କାର ପୀଡ଼ିତାଙ୍କୁ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଗୁରୁବାର ଭେଟିଛନ୍ତି। ପ୍ରଥମେ ଖଣ୍ଡଗିରି ଥାନାରେ ପହଞ୍ଚିବା ପରେ ପୀଡ଼ିତାଙ୍କ ଘରକୁ ଯାଇ ତଥ୍ୟ ସଂଗ୍ରହ କରିବା ସହ ବିଭିନ୍ନ ବିଷୟ ଅନୁଧ୍ୟାନ କରିଥିବା ଜଣାପଡ଼ିଛି।
ପ୍ରକାଶଯୋଗ୍ୟ, ଜଗତସିଂହପୁର ଜିଲାର ଜଣେ ଯୁବକ ଯୁବତୀଜଣଙ୍କୁ ବଳାତ୍କାର କରିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଉଭୟ କାମ କରନ୍ତି। ମଙ୍ଗଳବାର ଯୁବତୀ ଘରକୁ ଫେରୁଥିବା ବେଳେ ଯୁବକଜଣଙ୍କ ତାଙ୍କୁ ଡାକିଦେଇ ବଳାତ୍କାର କରିଥିଲେ। ପ୍ରଚୁର ରକ୍ତତ୍ସାବ ହେବାରୁ ଅଭିଯୁକ୍ତଯୁବକ କାର୍ଯ୍ୟ କରୁଥିବା ହସ୍ପିଟାଲକୁ ନେଇଥିଲେ। ସେଠାରେ ଯୁବତୀଙ୍କ ଅବସ୍ଥା ଦେଖି ଡାକ୍ତରୀ ଟିମ୍ ପକ୍ଷରୁ ପୋଲିସ ଓ ପରିବାରଲୋକଙ୍କୁ ଖବର ଦିଆଯାଇଥିଲା। ପୋଲିସ ଉଭୟଙ୍କର ଡାକ୍ତରୀମାଇନା କରି ତଦନ୍ତ କରୁଛି।