ଖଣ୍ଡପଡ଼ାରେ ଶ୍ରୀଜୀଉମାନଙ୍କ ବାହୁଡ଼ା ଯାତ୍ରା

ଖଣ୍ଡପଡ଼ା,୧୩ା୭(ସ୍ବ.ପ୍ର.): ଶୁକ୍ରବାର ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଶ୍ରୀ ଜୀଉମାନେ ରତ୍ନବେଦୀକୁ ବିଜେ କରିବା ନିମନ୍ତେ ବାହୁଡ଼ିଛନ୍ତି। ଏହି ଅବସରରେ ଖଣ୍ଡପଡ଼ା, ଭାପୁର, ଖଳିସାହି ଓ ମର୍ଦ୍ଦରାଜପୁରରେ ଅନୁଷ୍ଠିତ ବାହୁଡ଼ା ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ମେଘୁଆ ପାଗ ହୋଇଥିବାରୁ ଚଳିତ ବର୍ଷ ଭକ୍ତଙ୍କ ସଂଖ୍ୟା ଅଧିକ ରହିିଛି। ଖଣ୍ଡପଡ଼ା ଦେବୋତ୍ତର ବିଭାଗ ପକ୍ଷରୁ ପରିଚାଳିତ ମହିମାମେରୁ ଓ ରାଜ ପରିବାର ପକ୍ଷରୁ ପରିଚାଳିତ ଏକକ ଜଗନ୍ନାଥ ପୃଥକ ରଥରେ ଅପରାହ୍ନ ପ୍ରାୟ ୫ଟାରେ ବାହାରି ଖଣ୍ଡପଡ଼ା ଥାନା ନିକଟରେ ଅଟକି ରହିଛନ୍ତି । ବାହୁଡ଼ା ଯାତ୍ରା ୩ ଦିନ ବ୍ୟାପୀ ଅନୁଷ୍ଠିତ ହେବ । ଏହି ଅବସରରେ ଠାକୁରମାନେ ଅଟକି ରହିଥିବା ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ମର୍ଦ୍ଦରାଜପୁର ମୁଣ୍ଡିଆ ହନୁମାନ ପୀଠସ୍ଥିତ ତିନି ଠାକୁରଙ୍କୁ ପାଟ ପଟୁଆରରେ ମନ୍ଦିରକୁ ବିଜେ କରାଯାଇଛି । ଠାକୁର ଗିରିଡିପାଟଣାଠାରେ ପଣାଭୋଗ ଲାଗି ହେବା ପରେ ସ୍ବମନ୍ଦିରକୁ ବିଜେ ହୋଇଛନ୍ତି । ଶ୍ରଦ୍ଧାଳୁମାନେ ଦ୍ୱାରା ନାମ ସଂକୀର୍ତ୍ତନ କରିଛନ୍ତି।

Share