A pair of open handcuffs. Clipping path included.
ଖଣ୍ଡପଡା,୧୪।୬(ସ୍ବ.ପ୍ର.): ନୟାଗଡ ଜିଲା ଖଣ୍ଡପଡା ସବ୍ଜେଲରୁ ପାଚେରି ଡେଇଁ ଫେରାର ଥିବା ଜଣେ କଏଦୀଙ୍କୁ ଫତେଗଡ଼ ଓ ଖଣ୍ଡପଡ଼ା ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଫତେଗଡ଼ ଥାନା ଅନ୍ତର୍ଗତ କରବର ଗ୍ରାମ ହାତୁଆସାହିର ତପନ କୁମାର ରାଉତ(୨୭)। ଏକ ବଳାତ୍କାର ଅଭିଯୋଗରେ ଫତେଗଡ ଥାନା ପୋଲିସ ନଂ.୧୪୪/୧୯ରେ ମାମଲା ରୁଜୁ କରି ତପନଙ୍କୁ ଗିରଫ କରି ଗତ ୯ ତାରିଖରେ ଖଣ୍ଡପଡା କୋର୍ଟଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଖଣ୍ଡପଡା ସବ୍ଜେଲକୁ ପଠାଇ ଦିଆଯାଇଥିଲା। ତେବେ ୧୦ ତାରିଖ ପୂର୍ବାହ୍ନ ପ୍ରାୟ ୧୧.୪୫ ସମୟରେ ମଧ୍ୟାହ୍ନ ଭୋଜନ ନିମନ୍ତେ ସମସ୍ତ କଏଦୀଙ୍କୁ ଡକାଯାଇଥିଲା ା ଇତି ମଧ୍ୟରେ ସମ୍ପୃକ୍ତ କଏଦୀ ତପନ ପାଚେରି ଡେଇଁ ଫେରାର ହୋଇଯାଇଥିଲେ। ଜେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗକ୍ରମେ ଖଣ୍ଡପଡା ଆଇଆଇସି ବିମଳ କୁମାର ମଲ୍ଲିକ ସଦଳବଳ ୧୧ ତାରିଖ ରାତିରେ ଫତେଗଡ଼ ପୋଲିସ ସହଯୋଗରେ ତପନଙ୍କ ଘରେ ଚଢାଉ କରି ତାଙ୍କୁ ଗିରଫ କରିଥିଲେ। ତପନଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇ ପୁନର୍ବାର ଖଣ୍ଡପଡା ସବ୍ଜେଲକୁ ପଠାଇ ଦିଆଯାଇଛି ା