Advertisement

ଖଣ୍ଡପଡ଼ା ସବ୍‌ ଜେଲରୁ ବିଚାରାଧୀନ କଏଦୀ ଫେରାର

ନୟାଗଡ଼ ଅଫିସ, ୩।୮: ନୟାଗଡ଼ ଜିଲା ଖଣ୍ଡପଡ଼ା ସବ୍‌ ଜେଲରୁ ଶନିବାର ପୂର୍ବାହ୍ନରେ ଜଣେ ବିଚାରାଧୀନ କଏଦୀ ଚମ୍ପଟ୍‌ ମାରିଛନ୍ତି। ସେ ହେଲେ ଫତେଗଡ଼ ଥାନା ଅନ୍ତର୍ଗତ ଫତେଗଡ଼ ଗ୍ରାମର ତପନ ରାଉତ। ଗତ କିଛି ବର୍ଷ ହେବ ତପନ ଏକ ବଳାତ୍କାର ଘଟଣାରେ ବିଚାରାଧୀନ ଏକଦୀ ଭାବେ ଜେଲରେ ଥିଲେ। ମାସେ ତଳେ ସେ ଜେଲରୁ ଫେରାର ହୋଇଯାଇଥିବା ବେଳେ ଏହାର ଦିନକ ପରେ ଖଣ୍ଡପଡ଼ା ପୋଲିସ ତାଙ୍କୁ ଉଦ୍ଧାରକରି ଜେଲରେ ଭର୍ତ୍ତି କରିଥିଲା। ଶନିବାର ପୁଣିଥରେ ସେ ଫେରାର ହୋଇଯାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share