Categories: ଜାତୀୟ

ଖଣ୍ଡାଧାରରେ ସ୍ବାସ୍ଥ୍ୟସେବା: ୫୪ ପ୍ରତିଶତ କର୍ମଚାରୀଙ୍କର ନାହିଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା

ନୂଆଦିଲ୍ଲୀ, ୩୦।୫: ଦେଶରେ ସ୍ବାସ୍ଥ୍ୟସେବା ଖଣ୍ଡାଧାରରେ ଚାଲିଛି। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ, ମିଡ୍‌ଓ୍ବାଇଫ୍‌ ଏବଂ ପାରାମେଡିକାଲ କର୍ମଚାରୀଙ୍କର ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନାହିଁ। ଏହା ଦ୍ୱାରା ରୋଗୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳିପାରୁ ନ ଥିବା ବ୍ରିଟିଶ୍‌ ମେଡିକାଲ ଜର୍ଣ୍ଣାଲ୍‌(ବିଏମ୍‌ଜେ)ର ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଆବଶ୍ୟକ ଯୋଗ୍ୟତା ଥିବା ୨୦ ପ୍ରତିଶତ ଡାକ୍ତର ଦେଶର ସ୍ବାସ୍ଥ୍ୟ ସେବାରେ କାମ କରୁ ନ ଥିବା ଏଥିରେ ଉଲ୍ଲେଖ ରହିଛି। ଜାତୀୟ ନମୂନା ସର୍ବେକ୍ଷଣ ସଂସ୍ଥା(ଏନଏସଏସ) ଅନୁସାରେ ସମ୍ପ୍ରତି ଦେଶରେ ୩.୮ ନିୟୁତ ସ୍ବାସ୍ଥ୍ୟସେବା କର୍ମଚାରୀ କାର୍ଯ୍ୟ କରୁଛନ୍ତି। ତେବେ ଏହି କ୍ଷେତ୍ରରେ ଯୋଗ୍ୟତା ନ ଥିବା ୧.୨ ନିୟୁତ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେମାନେ ଭିନ୍ନ ଭିନ୍ନ କାଉନସିଲ୍‌ରେ ପଞ୍ଜିକରଣ କରିଛନ୍ତି। ଦେଶର ୧୦ ହଜାର ଲୋକଙ୍କ ପାଇଁ ମାତ୍ର ୨୦ ଜଣ ଡାକ୍ତର ଏବହ ନର୍ସ ଥିବା ଏନଏସଏସରେ ଦର୍ଶାଯାଇଛି। ସେହିପରି ଦେଶର ୮୦ ପ୍ରତିଶତ ଡାକ୍ତର ଏବଂ ୭୦ ପ୍ରତିଶତ ନର୍ସ ଘରୋଇ ସ୍ବାସ୍ଥ୍ୟ ସଂସ୍ଥାରେ କାମ କରୁଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share