ଖଣ୍ଡେ ପାନର ଦାମ୍‌ ୫ ହଜାର…

ପାନ ଭାରତୀୟ ସଂସ୍କୃତି ସହିତ ଅତି ନିବିଡ଼ ଭାବେ ଜଡିତ। ତେବେ ପାନର ଦାମ ୫ ହଜାର ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ନିଶ୍ଚିତ। ମହାରାଷ୍ଟ୍ର ଔରଙ୍ଗାବାଦ୍‌ରେ ରହିଛି ଏଭଳି ଏକ ପାନ ଦୋକାନ। ଏହାର ନାମ ତାରା ପାନ ସେଣ୍ଟର। ଦୋକାନରେ ବିବାହିତା ଯୋଡ଼ାଙ୍କ ପାଇଁ ଏକ ସ୍ବତନ୍ତ୍ର ପାନ ମିଳିଥାଏ। ଏହାକୁ କୋହୀନୂର ପାନ କୁହନ୍ତି। ଏଥିରେ କସ୍ତୁରୀ, କେଶର ଆଦି ସୁଗନ୍ଧିତ ଦ୍ରବ୍ୟ ପଡ଼ିଥାଏ। ଏଥିରେ ବ୍ୟବହୃତ ହେଉଥିବା ଉତ୍ତେଜନା ସୃଷ୍ଟିକାରୀ ଏକ ପ୍ରକାର ତରଳ ପଦାର୍ଥ ପଶ୍ଚିମବଙ୍ଗରୁ ଏଠାକୁ ଆସିଥାଏ ବୋଲି ଦୋକାନ ମାଲିକ ମହମ୍ମଦ୍‌ ସରଫୁଦ୍ଦୀନ୍‌ ସିଦ୍ଧିକ୍‌ କୁହନ୍ତି। ଏଭଳି ପାନର ଦାମ ୫ ହଜାର, ୩ ହଜାର ତଥା ୨ ହଜାର ଟଙ୍କା ରହିଛି। ତେବେ ଏହାକୁ ଅବିବାହିତଙ୍କୁ ଦିଆଯାଇ ନ ଥାଏ ବୋଲି ସେ କୁହନ୍ତି।

Share