Categories: ଜାତୀୟ

ଖତିଜା ପରଓ୍ବିନ୍‌ ଏବଂ ଅମରନାଥଙ୍କୁ ମିଳିଲା ଭାରତର ନାଗରିକତ୍ୱ

ନୂଆଦିଲ୍ଲୀ,୨୪।୧୨: ଦେଶରେ ସିଏଏକୁ ନେଇ ବିରୋଧ ଏବଂ ହିିଂସା ଜାରି ରହିଛି। ଇତିମଧ୍ୟରେ ଜମ୍ମୁ-କଶ୍ମୀରର ଖତିଜା ପରଓ୍ବିନ୍‌ ଏବଂ ଉତ୍ତରପ୍ରଦେଶରେ ବାସ କରୁଥିବା ଶରଣାର୍ଥୀ ଅମରନାଥଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯାଇଛି। ଖତିଜା ପାକିସ୍ତାନର ବାସିନ୍ଦା। ତେବେ ୧୯୮୦ରେ ତାଙ୍କର ବିବାହ ପୁଞ୍ଚ୍‌ର ମହମ୍ମଦ୍‌ ତାଜ୍‌ଙ୍କ ସହିତ ହୋଇଥିଲା। ଏବେ ତାଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯାଇଛି। ସେହିପରି ଅମରନାଥ ଏବଂ ତାଙ୍କ ଭାଇ ୪୪ ବର୍ଷ ତଳେ ପାକିସ୍ତାନରୁ ଭାରତକୁ ଆସିଥିଲେ। ଏହା ପୂର୍ବରୁ ସେମାନେ ୩ ଥର ଆବେଦନ କରିଥିଲେ। ତେବେ ସିଏଏ ପରେ ତାଙ୍କୁ ଏବେ ନାଗରିକତ୍ୱ ମିଳିଛି।

Share