‘ଖତ୍‌ରୋ କେଁ ଖିଲାଡି-୧୨’ରେ ନଜର ଆସିବେନି ମୁନାୱାର

ଲୋକପ୍ରିୟ ରିଆଲିଟି ଶୋ’ ‘ଲକ ଅପ’ର ବିଜେତା ମୁନାୱାର ଫାରୁକି ରିଆଲିଟି ଶୋ’ଖତ୍‌ରୋ କେଁ ଖିଲାଡି’ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ଯାହାକୁ ନେଇ ବର୍ତ୍ତମାନ ମୁହଁ ଖୋଲିଛନ୍ତି ମୁନାୱାର। ସେ କହିଛନ୍ତି , ‘ବନ୍ଧୁଗଣ, କୌଣସି କାରଣରୁ ମୁଁ ଖତ୍‌ରୋ କେଁ ଖିଲାଡି ୧୨’ର ଅଂଶ ହୋଇପାରିବି ନାହିଁ। ଦୟାକରି ମୋତେ କ୍ଷମା କରନ୍ତୁ। ବିଶ୍ୱାସ କର, ମୋର ବହୁତ ମନ ଥିଲା, କିନ୍ତୁ ଭାଗ୍ୟକୁ ଆଉ କିଛି ଗ୍ରହଣ କରିବାକୁ ଅଛି । ଆପଣ ସମସ୍ତେ ନିରାଶ ଅଛନ୍ତି, କିନ୍ତୁ ମୁଁ ଯାଇ ନ ପାରିବାରୁ ମୋତେ ମଧ୍ୟ ଖରାପ ଲାଗୁଛି ।
ବାସ୍ତବରେ, ମୁନାୱାର ‘ଖତରୋ କେଁ ଖିଲାଡି-୧୨’ ରେ ଏଣ୍ଟ୍ରି କରିବାକୁ ଯାଉଥିଲେ। ଯାହାକୁ ନେଇ ଆଲୋଚନା ହୋଉଥିଲା। ହେଲେ କୌଣସି କାରଣରୁ ସେ ଶୋ’ର ଅଂଶ ହୋଇପାରିବେନି।

Share