ଖତ ଖାଉଛି ‘ଜନନୀ ଏକ୍ସପ୍ରେସ୍‌’

ଛତ୍ରପୁର, ୨୦।୩(ଡି.ଏନ୍‌.ଏ.)- ଗର୍ଭବତୀମାନଙ୍କୁ ହସ୍ପିଟାଲକୁ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ‘ଜନନୀ ଏକ୍ସପ୍ରେସ୍‌’ ବ୍ୟବସ୍ଥା କରାଯାଇଛି। ହେଲେ ଅବହେଳା କାରଣରୁ କିଛି ସ୍ଥାନରେ ଏହି ଗାଡ଼ିଗୁଡ଼ିକ ଖତ ଖାଉଥିବା ନଜିରକୁ ଆସିଛି। ଏହି କ୍ରମରେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଜନନୀ ଏକ୍ସପ୍ରେସ ଗାଡି ଖତ ଖାଉଥିବା ଶୁକ୍ରବାର ଦେଖିବାକୁ ମିଳଛି। ଏହାଦ୍ୱାରା ଯେଉଁ ଉଦ୍ଦେଶ୍ୟ ନେଇ ଏହି ଗାଡିର ବ୍ୟବସ୍ଥା ହୋଇଥିଲା ତାହା ସାଧିତ ହୋଇପାରୁନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି।

Share