ଖନ୍ତାପଡ଼ା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ:ଭଙ୍ଗା ଚାବି, ଶାବଳ ଜବତ

ବାହାନଗା, ୫।୬(ଡି.ଏନ.ଏ.)-ବାହାନଗା ବ୍ଲକ ଖନ୍ତାପଡା ବଜାରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ସୋମବାର ବିଳମ୍ବିତ ରାତିରେ କେତେଜଣ ଯୁବକ ଚୋରି ଉଦ୍ୟମ କରୁଥିବା ବଳେ ପୋଲିସ ଭ୍ୟାନ ଦେଖି ଦୌଡି ପଳାଇଥିଲେ। ତେବେ ପୋଲିସ ବ୍ୟାଙ୍କ ନିକଟକୁ ଆସି ଦୁଇଟି ଚାବି ଭଙ୍ଗାଯାଇଥିବା ବେଳେ ଏକ ଶାବଳ ପଡିଥିବା ଦେଖି ଜବତ କରିଥଲା। ଏହାପରେ ପୋଲିସ ତରଫରୁ ବ୍ୟାଙ୍କର ଶାଖା ପରିଚାଳକ ଯୋଗେଶ୍ୱର ପ୍ରଧାନଙ୍କୁ ଖବର ଦିଆଯାଇଥିଲା। ମଙ୍ଗଳବାର ସକାଳେ ବ୍ୟାଙ୍କ ପରିଚାଳକ ପ୍ରଧାନ ପହଞ୍ଚି ଥାନାରେ ଅଭିଯୋଗ କରିଥିଲେ ା ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ମାମଲା (ନଂ.୧୨୨/୧୯) ରୁଜୁ କରାଯାଇଛି। ପୋଲିସ ଏପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କ ଟେର ପାଇପାରିନାହିଁ। ସେହି ଗ୍ରାମ୍ୟ ବ୍ୟାଙ୍କରୁ ଦୁର୍ବୃତ୍ତମାନେ ବାରମ୍ବାର ଚୋରି ଉଦ୍ୟମ କରାଯାଉଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ମସିହାରେ ସେହି ବ୍ୟାଙ୍କର ପଛପଟ ଝରକା ଭାଙ୍ଗି ଦୁର୍ବୃତ୍ତମାନେ ଚୋରି ଉଦ୍ୟମ କରି ବିଫଳ ହୋଇଥିଲେ। ସେତେବେଳେ ମଧ୍ୟ ପୋଲିସ ଏକ ମାମଲା ରୁଜୁ କରି ଚୁପ୍‌ ବସିଛି।