ଖନ୍ତାପଡା ଛକରେ ବ୍ୟବସାୟୀଙ୍କୁ ଗୁଳି: ୨ ଦୁର୍ବୃତ୍ତ ଫେରାର

ରେମୁଣା, ୫ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ଶେରଗଡ ଛକରେ ଶନିବାର ଅପରାହ୍ନ ୩ଟା ବେଳେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ କରାଯାଇଛି। ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏସ୍‌ପି ବି. ଯୁଗଳକିଶୋର କୁମାର ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ବ୍ୟବସାୟୀଜଣକ ଜର୍ଦ୍ଦା ବ୍ୟବସାୟ କରୁଥିବା ଜଣାପଡିଛି।