‘ଖବରକାଗଜ ଦ୍ୱାରା କରୋନା ବ୍ୟାପେନି’

ଜେନିଭା, ୨୪ା୩: ଖବରକାଗଜ ଦ୍ୱାରା ଜଣେ ବ୍ୟକ୍ତିଠାରୁ ଅନ୍ୟ ଜଣକୁ କରୋନା ଭାଇରସ୍‌ ବ୍ୟାପେ ନାହିଁ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଡବ୍ଲ୍ୟୁଏଚ୍‌ଓ ଗାଇଡ୍‌ଲାଇନ୍‌ରେ ମଧ୍ୟ ଏହା ଉଲ୍ଲେଖ ରହିଛି। ଖବରକାଗଜ ପ୍ୟାକେଟ୍‌ ଗ୍ରହଣ କରିବା ଅତ୍ୟନ୍ତ ସୁରକ୍ଷିତ ବୋଲି ଏଥିରେ ଦର୍ଶାଯାଇଛି। ଅତ୍ୟାଧୁନିକ ଖବରକାଗଜ ଛପା ପଦ୍ଧତି ବେଶ୍‌ ସୁରକ୍ଷିତ। ଏଥିରେ କାହାର ହାତ ବାଜି ନ ଥାଏ। ହକରମାନେ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ଏହାକୁ ଯୋଗାଇଥାନ୍ତି। ତେଣୁ ଏହାଦ୍ୱାରା କରୋନା ଭାଇରସ୍‌ ବ୍ୟାପେ ନାହିଁ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Share