Categories: ଜାତୀୟ

ଖବରକୁ ଭୁଲ୍‌ ପ୍ରମାଣ କରିବାକୁ ମଞ୍ଚରେ ଚିକେନ ଖାଇଲେ ମନ୍ତ୍ରୀ

ହାଇଦ୍ରାବାଦ,୨୯।୨: କରୋନା ଭାଇରସ ସାରା ବିଶ୍ୱର ଚିନ୍ତା ବଢାଇଥିବା ବେଳେ ଭାରତରେ ମଧ୍ୟ କେତେଜଣ କରୋନା ସଂକ୍ରମିତଙ୍କୁ ଦେଖି ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି। ଏହି କରୋନା ଭାଇରସ କେମିତି ବା କାହା ମାଧ୍ୟମରେ ହେଉଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଏବେ ଏହାକୁ ନେଇ ନାନା ଗୁଜବ ଶୁଣିବାକୁ ମିଳୁଛି। ତେଲେଙ୍ଗାନାରେ କରୋନା ଭାଇରସ ଚିକେନ ଓ ଅଣ୍ଡା ଖାଇଲେ ବ୍ୟାପୁଛି ବୋଲି ଖବର ପଚାରିତ ହେବା ପରେ ସେଠାକାର ଲୋକେ ଏହା ଖାଇବା ଏକ ପ୍ରକାର ବନ୍ଦ କରି ଦେଇଛନ୍ତି କହିଲେ ଚଳେ। ହେଲେ ଏହା ଏକ ଗୁଜବ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ପ୍ରମାଣ କରିବାକୁ ଶୁକ୍ରବାର ଏକ ମଞ୍ଚରେ ତେଲେଙ୍ଗାନାର ମନ୍ତ୍ରୀ କେଟି ରାମା ରାଓ, ଏତେଲା ରାଜେନ୍ଦ୍ର, ତାଲାସାନି ଶ୍ରୀନିବାସ ଯାଦବ ଓ ଅନ୍ୟମାନେ ଚିକେନ ଓ ଅଣ୍ଡା ଖାଇ ଲୋକଙ୍କ ମନରୁ ଏହା ଦୂର କରିବାକୁ ଚେଷ୍ଟା କରିଛନ୍ତି।

Share