ଖବରଦାତାଙ୍କୁ ପୋଲିସର ଦୁର୍ବ୍ୟବହାର ଘଟଣା: ଥାନାରେ ଏତଲା

କେନ୍ଦୁଝର,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନାରେ ଖବରଦାତାଙ୍କୁ ପୋଲିସର ଦୁର୍ବ୍ୟବହାର ଘଟଣାକୁ ନେଇ ଶନିବାର ଥାନାରେ ଏତଲା ଦିଆଯାଇଛି।
ବୈଦ୍ୟୁତିକ ଗଣମାଧ୍ୟମ କ୍ୟାମେରା ମ୍ୟାନ୍‌ ତନ୍ମୟ କୁମାର ପାଲ ଶୁକ୍ରବାର ଖବର ସଂଗ୍ରହ କରିବାକୁ ଥାନାକୁ ଯାଇଥିବା ବେଳେ ୨ ଜଣ ଅଧିକାରୀ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ସେମାନେ ତାଙ୍କ ମୋବାଇଲ ଫୋନକୁ ଛଡାଇ ନେଇ ଫଟୋ ଓ ଡାଟା ନଷ୍ଟ କରିଦେଇଥିବା ବେଳେ ମଦ ପିଇଥିବା କହି ପାଟି ଯାଞ୍ଚ କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣାକୁ ପ୍ରେସ୍‌ କ୍ଲବ ପକ୍ଷରୁ ଏକ ବୈଠକ ଡକାଯାଇ ନିନ୍ଦା କରାଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏ ନେଇ ଅଭିଯୋଗ ପାଇବା ପରେ ଏସ୍‌ଡିପିଓ କେନ୍ଦୁଝର ପି.ଜେ. ଟପୋ କହିଛନ୍ତି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।