ଲକ୍ଷ୍ନୌ,୧୨।୬: ଉତ୍ତରପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ସ୍ଥାନୀୟ ଶାମଲୀ ଅଞ୍ଚଳରେ ଥିବା ରେଳଷ୍ଟେଶନ୍ରେ ଜଣେ ଖବରଦାତାଙ୍କୁ ଜିଆରପି ପୋଲିସ ମାଡ଼ ମାରିବା ସହିତ ତାଙ୍କ ପୋଷାକ ଖୋଲି ଦେଇଥିଲେ। ଏହାପରେ ତାଙ୍କ ମୁହଁରେ ପରିସ୍ରା କରିଥିବା ଖବରଦାତା ଅମିତ ଶର୍ମା ଅଭିଯୋଗ କରିଛନ୍ତି। ଧିମନପୁରାଠାରେ ଏକ ମାଲଗାଡ଼ି ଲାଇନଚ୍ୟୁତ ହେବା ଘଟଣାରେ ଅମିତ ଖବର ସଂଗ୍ରହ ପାଇଁ ଯାଇଥିଲେ। ଉପସ୍ଥିତ ଥିବା ଜିଆରପି କର୍ମଚାରୀ ଅମିତଙ୍କୁ ଧମକ ଦେବା ସହିତ ମାଡ଼ ମାରିଥିଲେ। ଅଭିଯୋଗ ଆଧାରରେ ୨ ଜଣ ଜିଆରପି କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏହାର ଭିଡ଼ିଓ ମଧ୍ୟ କରାଯାଇଥିବା କୁହାଯାଉଛି। ଏହି ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।