ଖବରଦାତାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବାଲେଶ୍ୱର ଅଫିସ, ୨୪।୪-ବାଲେଶ୍ୱର ଜିଲା ସଦର ମହକୁମା ଠାରେ ଥିବା ଖବରଦାତାମାନଙ୍କ ପକ୍ଷରୁ ଗୁରୁବାର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦେଶବାସୀ କରୋନା ଭୂତାଣୁ ପାଇଁ ଭୟଭୀତ ଅବସ୍ଥାରେ ଥିବାବେଳେ ଏବେ ଲକ୍‌ଡାଉନ୍‌ରେ ରହିଛି। ଏପରି ସ୍ଥିତିରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ନିଜ ଜୀବନକୁ ପାଣି ଛଡ଼ାଇ ବିଭିନ୍ନ ଅଞ୍ଚଳ ବୁଲି ଖବର ସଂଗ୍ରହ ଓ ପରିବେଷଣ କରିଚାଲିଛନ୍ତି। ଏ ପରିପ୍ରେକ୍ଷୀରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି ସରକାର ଅଦ୍ୟାବଧି ସାମାନ୍ୟତମ ଅନୁକମ୍ପା ପ୍ରଦର୍ଶନ କରି ନାହାନ୍ତି। ଖବରଦାତାମାନଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟବୀମା ବାବଦରେ ୨ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି ଓ ତାଙ୍କ ପରିବାରର ଅନ୍ୟୁନ ୫ଜଣ ସଦସ୍ୟଙ୍କୁ ଏହି ବୀମା ତାଲିକାଭୁକ୍ତ କରାଯିବା ନିମନ୍ତେ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ପ୍ରେସ କ୍ଲବର ସାଧାରଣ ସମ୍ପାଦକ ରଞ୍ଜନ ବାଗ, ବଂଶୀଧର ଜେନା, ଅଜିତ୍‌ ମହାନ୍ତି, ରବି ରାଉତ, ପ୍ରକାଶ ମହାନ୍ତି, ଜ୍ଞାନ ରଞ୍ଜନ ଦାସ, ରମଣୀ ରଞ୍ଜନ ଦାସ, ଆଲୋକ କୁମାର ବାରିକ, ଅଧୀପ କୁମାର ଜେନା, ପ୍ରସନ୍ନଜିତ୍‌ ଆଶ୍‌, ସପନ କୁମାର ବିଶ୍ୱାଳ, ମୃତ୍ୟୁଞ୍ଜୟ ପଟ୍ଟନାୟକ, ମନୋଜ ବିଶ୍ୱାଳ, ଗୋବିନ୍ଦ ରାଠି ପ୍ରମୁଖ ଉପସ୍ଥିତ ଥିଲେ।