କେନ୍ଦୁଝର, ୨୫।୪(ସ୍ବ.ପ୍ର.) ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀ ଓ କଂଗ୍ରେସ ଦଳ ବିରୋଧରେ ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ରଞ୍ଜନ ଗୋସ୍ବାମୀ ଦେଇଥିବା ଆପତ୍ତି ଜନକ ମନ୍ତବ୍ୟ ପ୍ରତିବାଦରେ କେନ୍ଦୁଝର ଜିଲା କଂଗ୍ରେସ କମିଟି ପକ୍ଷରୁ ଟାଉନ ଥାନାରେ ଏତଲା ଦେଇଛନ୍ତି। ସଭାପତି ମୋହନ ପରିଡ଼ା, ପିସିସି ସାଧାରଣ ସଂପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଜିଲା ସମ୍ପାଦକ ବିଜୟ କୁମାର ରଣା, ସୁଢ଼ଲ କୁମାର ସେଠୀ, କୋଦଣ୍ଡଧର ଜେନା ସମେତ ଟାଉନ ଥାନା ଦାୟିତ୍ୱରେ ଥିବା ଅଧିକାରୀ ଅମିତ କୁମାର ଭୂୟାଁଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ସେହିପରି ଜିଲାର ବିଭିନ୍ନ ଥାନାରେ ଏଭଳି ଅଭିଯୋଗ ପତ୍ର ଦିଆଯାଇଥିବା ଜଣାପଡ଼ିଛି।