Categories: ଜାତୀୟ

ଖବରଦାତା ସମ୍ମିଳନୀରେ ଶୋଇଲେ ନେତା: କହିଲେ ମୁଁ ମନନ ଚିନ୍ତନ କରୁଥିଲି

ପାଟନା,୧୭।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ପାଖାପଖି ଶହେ ଶିଶୁଙ୍କ ମୃତ୍ୟୁ ହେବା ଚିନ୍ତାର କାରଣ ପାଲଟିଛି। ଏହାର ମୁକାବିଲା କରିବାକୁ ନେଇ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନି ଚୌବେ ଉପସ୍ଥିତ ଥିଲେ। ତେବେ ଖବରଦାତା ସମ୍ମିଳନୀ ଚାଲିଥିବା ବେଳେ ସେଠାରେ ସେ ଶୋଇ ପଡିଥିବା ଅଭିଯୋଗ ହୋଇଛି। ହେଲେ ସଫେଇ ଦେବାକୁ ଯାଇ ମନ୍ତ୍ରୀ କହିଛନ୍ତି, ‘ମୁଁ ମନନ ଚିନ୍ତନ କରୁଥିଲି’ ଶୋଇ ନ ଥିଲି। ଏମିତି ଏକ ସମ୍ବେଦନଶୀଳ ବିଷୟରେ ଖବରଦାତା ସମ୍ମିଳନୀ ଚାଲିଥିବା ବେଳେ ମନ୍ତ୍ରୀ କିପରି ଶୋଇଲେ ବୋଲି ଆଲୋଚନା ହେଉଛି।

Share