ଖବର କାଗଜ ପକ୍ଷରୁ ପ୍ରିଣ୍ଟ୍‌ ହେଲା ଟଏଲେଟ୍‌ ରୋଲ୍‌ ପେପର

ସିଡ୍‌ନୀ,୭।୩: କରୋନା ସଂକ୍ରମଣ ନେଇ ଅଷ୍ଟ୍ରେଲିଆର ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ବଜାରରେ ଟଏଲେଟ୍‌ ପେପର ମିଳୁ ନ ଥିବାବେଳେ ଲୋକେ କରୋନା ଭୟରେ ବାହାରକୁ ମଧ୍ୟ ବାହାରୁ ନାହାଁନ୍ତି। ତେଣୁ ଲୋକଙ୍କ ପାଖରେ ଟଏଲେଟ ପେପର ପହଞ୍ଚାଇବା ଲାଗି ଦି ଏନ୍‌ଟି ନ୍ୟୁଜ୍‌ ପକ୍ଷରୁ ଖବର କାଗଜ ସହିତ ଟଏଲେଟ୍‌ ରୋଲ୍‌ ମଧ୍ୟ ଲୋକଙ୍କ ଘରକୁ ପଠାଯାଉଛି। ଏବେ ଦି ଏନ୍‌ଟି ନ୍ୟୁଜ୍‌ର ଏଭଳି ପଦକ୍ଷେପ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଦି ଏନ୍‌ଟି ନ୍ୟୁଜ୍‌ ପକ୍ଷରୁ ୨୪ ସେକେଣ୍ଡର ଏକ ଭିଡ଼ିଓ ଟୁଇଟରରେ ଶେୟାର କରାଯାଇଛି। ଏହାକୁ ୨ ଲକ୍ଷ ୮୦ ହଜାର ଲୋକ ଦେଖିଥିବାବେଳେ ୫୦୦୦ରୁ ଅଧିକ ଲାଇକ୍‌ କରିଛନ୍ତି।

Share