Categories: କନ୍ଧମାଳ

ଖମନଖୋଲରେ ମାଓବାଦୀ ପୋଷ୍ଟର

ବାଲିଗୁଡା,୨୦ା୧୦(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ଥାନା ଖମନଖୋଲ ଛକ ଓ ଅନ୍ୟ କେତେକ ସ୍ଥାନରେ ଶନିବାର ଦେଖିବାକୁ ମିଳିଛି ମାଓବାଦୀ ପୋଷ୍ଟର। ଏଥିରେ ପୋଲିସ ପ୍ରଶାସନ ଓ ସରକାରଙ୍କ ବିଫଳତା ସମ୍ପର୍କରେ ଉଲ୍ଲେଖ ରହିଛି। ପୋଷ୍ଟର ଶେଷରେ ସିପିଆଇ (ମାଓବାଦୀ) କେକେବିଏନ୍‌ ଡିଭିଜନାଲ କମିଟି ବୋଲି ଉଲ୍ଲେଖ ରହିଛି। ପୋଲିସମାନେ ଦାବି କରୁଛନ୍ତି ସେମାନେ ଲୋକଙ୍କ ପାଇଁ କାମ କରୁଛନ୍ତି। ହେଲେ ନିରୀହ ବେବିନା, ସ୍ନେହଲତା ଓ କୁନ୍ଦୁଲି ଛାତ୍ରୀଙ୍କ ହତ୍ୟାକାରୀ ବାହାରେ ବୁଲୁଛନ୍ତି। କନ୍ଧମାଳ ଜିଲାରେ ମହାପ୍ରଣାୟ ଯୋଜନା ବାଟବଣା ଯୋଗୁ ଜନସାଧରଣ ବାରମ୍ବାର ହଟହଟା ହେଉଛନ୍ତି। ମାଓବାଦୀ ଯଦି ଲୋକଙ୍କୁ ହିଂସା ପଥରେ ନେଉଛନ୍ତି, ତାହାହେଲେ ତୁମେମାନେ କଣ ପାଇଁ ଠେଙ୍ଗା, ବନ୍ଧୁକ ବ୍ୟବହାର କରି ଆନ୍ଦୋଳନକାରୀଙ୍କୁ ଦମନ କରୁଛ ବୋଲି ଉଲ୍ଲେଖ ରହିଛି। ଯେ ପର୍ଯ୍ୟନ୍ତ ସମାଜରେ ଗରିବ ଲୋକେ ଶୋଷଣ, ଅବହେଳିତ ହେଉଥିବେ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ଆଉ ଆମେ ଅସ୍ତ୍ର ଛାଡିବା ଅସମ୍ଭବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।