ଖମନଖୋଲରେ ମାଓବାଦୀ ପୋଷ୍ଟର

ବାଲିଗୁଡ଼ା,୧୯।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମନଖୋଲ ଛକରେ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। ଏଥିରେ ଉଲ୍ଲେଖ ଅଛି, ଗ୍ରାମବାସୀ ଭାଇମାନେ ଜାଣନ୍ତୁ, ପୋଲିସମାନେ କହୁଛନ୍ତି, ସେମାନେ ଲୋକଙ୍କ ପାଇଁ କାମ କରୁଛନ୍ତି; ଯେଉଁଠି ପାଇବେ ସେଇଠେ ପଶି ଖାଇବେ। ବେବିନା,ସ୍ନେହଲତା ଓ କୁନ୍ଦୁଲି ଛାତ୍ରୀର ଦୋଷୀ ବାହାରେ ବୁଲୁଛନ୍ତି। ତୁମେମାନେ ସେମାନଙ୍କ ଉପରେ କ’ଣ କରିଛ କୁହ। କନ୍ଧମାଳ ଜିଲାରେ ମହାପ୍ରୟାଣ ଯୋଜନା ବାଟବଣା ଯୋଗୁ ଜନସାଧାରଣ ବାରମ୍ବାର ହଟହଟା ହେଉଛନ୍ତି। ମାଓବାଦୀ ଯଦି ଲୋକଙ୍କୁ ହିଂସା ପଥରେ ନେଉଛନ୍ତି ତା’ହେଲେ ତୁମେମାନେ କ’ଣ ପାଇଁ ଠେଙ୍ଗା, ବନ୍ଧୁକ, ଲାଠି ଚାର୍ଜ କରି ଆନ୍ଦୋଳନକାରୀଙ୍କ ଉପରେ ଟିୟର ଗ୍ୟାସ ଓ ବାଲାଟ ଫିଙ୍ଗୁଛ। ଯଦି ତୁମେମାନେ ସାଧୁ ତା’ହେଲେ କାହଁିକି ତୁମେ ଗାଁକୁ ଗଲେ ଲୋକେ ତାଟି କବାଟ ପକାଉଛନ୍ତି। ବିରାଡ଼ି କେବେ ବୈଷ୍ଣବ ହେବ ନା ତୁମେମାନେ କେବେ ସାଧୁ ହେବ। ଆମେମାନେ ସମ୍ପୂର୍ଣ୍ଣ ଭାବେ ସାମୁହିକ ସ୍ତରରେ ସାମିଲ ଅଛୁ। କ’ଣ ପାଇଁ ଆମେ ତୁମ ପାଖରେ ହାର ମାନିବୁ। ଯେ ପର୍ଯ୍ୟନ୍ତ ସମାଜରେ ଶୋଷଣ ଅବହେଳା ଥିବ ସେ ପର୍ଯ୍ୟନ୍ତ ଅସ୍ତ୍ର ଛାଡ଼ିବା ଅସମ୍ଭବ। ଏବେ ଶୁଣ ବିଜ୍ଞାନ ନିୟମକୁ ଶୋଷଣ ଦମନରୁ ବିକ୍ଷୋଭ ପ୍ରତିରୋଧକୁ ବି ଜନ୍ମ ଦେଲା। ପ୍ରତିରୋଧ ଯୋଗୁୁ ଦମନ ଆରମ୍ଭ ହେବ। ସିପିଆଇ (ମାଓବାଦୀ) କେକେବିଏନ ଡିଭିଜନ କମିଟି ା ଆଦି ଲେଖା ରହିଛି।

Share