ଖରସ୍ରୋତାରେ ଗାଧୋଇବାକୁ ଯାଇ ବୁଡ଼ିଗଲେ, ବୃଦ୍ଧ ମୃତ

ଯାଜପୁର ଅଫିସ,୧୪।୧୧: ଖରସ୍ରୋତାରେ ଗାଧୋଇବାକୁ ଯାଇଥିବା ବେଳେ ଗୁରୁବାର ଜଣେ ମୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଜରୀ ଗ୍ରାମର ବିଷ୍ଣୁଚରଣ ବାରିକ। ସେ ଛନ୍ଦାମୁଣ୍ଡ ୟୁପି ସ୍କୁଲର ଜଣେ ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲେ।

ସୂଚନାନୁଯାୟୀ, ବିଷ୍ଣୁ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଯାଇଥିଲେ। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ବହୁ ଖୋଜାଖୋଜି କରିବାପରେ ତାଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।