ଖରସ୍ରୋତାରେ ବନ୍ୟା: ଦୁର୍ବଳ ନଦୀବନ୍ଧ ବୁଲି ଦେଖିଲେ ମୁଖ୍ୟ ଯନ୍ତ୍ରୀ

ସିଂହପୁର,୧୦ା୯(ଡି.ଏନ୍‌.ଏ.)- ଖରସ୍ରୋତା ନଦୀର ଜଳପତ୍ତନ ବୃଦ୍ଧି ପାଉଥିବାରୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ବନ୍ୟାକୁ ଦୃଷ୍ଟିରେ ରଖି ସୋମବାର ବିଞ୍ଝାରପୁର ଜଳସମ୍ପଦ ବିଭାଗ ଅନ୍ତର୍ଗତ ଦୁର୍ବଳ ନଦୀ ବନ୍ଧକୁ ଜଳ ସମ୍ପପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ରଞ୍ଜନ କୁମାର ନାୟକ, ଡେପୁଟି ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ପ୍ରଫୁଲ କର, ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ, ସହକାରୀ ଯନ୍ତ୍ରୀ ସତ୍ୟସାଗର ଭୂୟଁା, କନିଷ୍ଠ ଯନ୍ତ୍ରୀ ନବୀନ ପାଣିଗ୍ରାହି ପ୍ରମୁଖ ବୁଲି ଦେଖିଛନ୍ତି। ବନ୍ୟାମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ଥିବା ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀ କହିଛନ୍ତି। ଏହି ବ୍ଲକର ଜଳ ସମ୍ପଦ ବିଭାଗ ଅଧୀନ ନାଉବାଙ୍କ, ହଳଦିଡିହ, ପ୍ରଧାନପଡା ଅଞ୍ଚଳରେ ରହିଥିବା ନଦୀ ବନ୍ଧ ବୁଲି ବିଭାଗୀୟ ଅଧିକାରୀ ଦେଖିଥିଲେ।