Categories: ରାଜ୍ୟ

ଖରସ୍ରୋତା ନଦୀବନ୍ଧ ରାସ୍ତା ଶୋଚନୀୟ: ଯାତାୟାତରେ ଅସୁବିଧା

ବିଞ୍ଝାରପୁର,୭।୭(ଡି.ଏନ.ଏ)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଖରସ୍ରୋତା ନଦୀବନ୍ଧ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇଛି। ନଦୀରୁ ବାଲି ଉଠାଇ ଟ୍ରାକ୍ଟର ଓ ଟ୍ରକ୍‌ଗୁଡିକ ଏହି ରାସ୍ତାଦେଇ ଯାତାୟାତ କରୁଛନ୍ତି। ଫଳରେ ବିଞ୍ଝାରପୁରଠାରୁ ସିଂହପୁର ପର୍ଯ୍ୟନ୍ତ ଖରତ୍ସୋତା ନଦୀବନ୍ଧରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଏଥିଯୋଗୁ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ଯାତାୟାତ ସମୟରେ ଲୋକେ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ସୁଫଳ ମିଳିପାରି ନ ଥିବାରୁ ଜନଅସନ୍ତୋଷ ବଢିବାରେ ଲାଗିଛି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ସତ୍ୟସାଗର ଭୂୟଁାଙ୍କୁ ପଚାରିବାରୁ ସେ ଖୁବ୍‌ଶୀଘ୍ର ରାସ୍ତା ମରାମତି କରାଯିବ ବୋଲି କହିଛନ୍ତି।

Share