ଯାଜପୁର ଟାଉନ, ୧୯।୧୦(ଡି.ଏନ୍.ଏ.): ଯାଜପୁର ଜିଲାରେ ପ୍ରବାହିିତ ଖରସ୍ରୋତା ନଦୀରୁ ଶନିବାର ଏକ ବିରଳ କୁମ୍ଭୀର ଉଦ୍ଧାର ହୋଇଛି । ସ୍ଥାନୀୟ ମାଛଧରାଳି ଶୁକ୍ରବାର ରାତିରେ ମାଛ ଧରିବା ପାଇଁ ଯିଅଁଳ ପୋତିଥିଲେ। ସେହି ଯିଅଁଳ ମାଛକୁ ଖାଇବା ଦ୍ୱାରା କୁମ୍ଭୀର ତଣ୍ଟିରେ କଣ୍ଟା ଲାଗି ଯାଇଥିଲା। ଶନିବାର ସକାଳେ ମାଛଧରାଳି କୁମ୍ଭୀର ଲାଗିଥିବା ଦେଖି ତାକୁ ଉଦ୍ଧାରକରି ବନ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।