Categories: ରାଜ୍ୟ

ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ

ବିଞ୍ଝାରପୁର,୨୪ା୬(ଡି.ଏନ.ଏ): ବିଞ୍ଝାରପୁର ବ୍ଲକ ଅଧୀନ ସିଂହପୁର ଖରସ୍ରୋତା ନଦୀରେ କୁମ୍ଭୀର କିଛିଦିନ ତଳେ ଦେଖିବାକୁ ମଳିଥିଲ। ଏହି ଘଟଣାପରେ ନଦୀକୁ ଲୋକେ ଯିବାକୁ ଭୟ ମନେ କରୁଛନ୍ତି। ହେଲେକ ଶନିବାର ଅପରାହ୍ନାରେ ଏକ ଥଣ୍ଟିଆଳ କୁମ୍ଭୀର ଘଣ୍ଟିଆଳି ସଲଗ୍ନ ଖରସ୍ରୋତା ନଦୀରେ ଦେଖିବାକୁ ମିଳିଥିଲା। ସ୍ଥାନୀୟଲୋକେ ଏହି କୁମ୍ଭୀରକୁ ଦେଖିବାକୁ ଭିଡ ଜମାଇଥିଲେ। ତେବେ ଖରସ୍ରୋତା ନଦୀରେ କୁମ୍ଭୀର ଦେଖିବା ପରଠାରୁ ନଦୀ ସଂଳଗ୍ନ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ସ୍ନାନ ଶୌଚ କରିବାକ ନଦୀକୁ ଯିବାକୁ ଲୋକେ ଭୟପ୍ରକାଶ କରୁଛନ୍ତି। ଏହି କୁମ୍ଭୀର କୌଣସି କ୍ଷୟକ୍ଷତି ଘଟାଇ ନ ଥିବା ଜଣାପଡିଛି। ତେବେ ଭିତର କନିକା ଅଞ୍ଚଳରୁ ଜୁଆର ପାଣିରେ ଏହି କୁମ୍ବୀର ଚାଲି ଆସି ଥିବା ବନ ବିଭାଗ କହିଛି।

Share