Categories: ଜାତୀୟ

ଖରସ୍ରୋତା ନଦୀରେ ଭାସିଗଲେ ବିଏସ୍‌ଏଫ୍‌ ଯବାନ: ଲୋଡ଼ାଗଲା ପାକିସ୍ତାନ ସହାୟତା

ଶ୍ରୀନଗର,୨୯।୯: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ଥିବା ଆର୍ନିଆ ସେକ୍ଟରରେ ଜଣେ ବିଏସ୍‌ଏଫ୍‌ ଯବାନ ଖରସ୍ରୋତା ନଦୀରେ ଭାସିଯାଇଛନ୍ତି। ୫୪ ବର୍ଷ ବୟସ୍କ ବିଏସ୍‌ଏଫ୍‌ ସବ୍‌ ଇନସ୍ପେକ୍ଟର ପରିତୋଷ ମଣ୍ଡଳ ଦୁଇ ସୁରକ୍ଷାକର୍ମୀଙ୍କ ସହିତ ପାଟ୍ରୋଲିଂ କରୁଥିବାବେଳେ ନଦୀରେ ଖସିପଡ଼ିଥିଲେ। ପରେ ତାଙ୍କର ପତ୍ତା ମିଳି ନ ଥିଲା। ଏନେଇ ବିଏସ୍‌ଏଫ୍‌ ପକ୍ଷରୁ ପାକିସ୍ତାନ ସୈନ୍ୟ ବାହିନୀଙ୍କ ସହାୟତା ଲୋଡ଼ା ଯାଇଛି। ପରିତୋଷ ନଦୀରେ ମିଳିଲେ ଖବର ଦେବାକୁ କୁହାଯାଇଛି। ପରିତୋଷ ବିଏସ୍‌ଏଫ୍‌ ୩୬ ବାଟାଲିୟନରେ କାର୍ଯ୍ୟ କରୁଥିଲେ। ପ୍ରବଳ ବର୍ଷା ହେଉଥିବାରୁ ସ୍ଥାନୀୟ ଖରସ୍ରୋତା ନଦୀରେ ବନ୍ୟାଜଳ ଆସିଛି। ଅସାବଧନତା ବଶତଃ ପରିତୋଷଙ୍କ ପାଦ ଖସି ଯାଇଥିବା କୁହାଯାଉଛି।

Share