Categories: ରାଜ୍ୟ

ଖରସ୍ରୋତା ନଦୀ ବନ୍ଧରୁ ପଥର ଲୁଟ୍‌ ଘଟଣା: ତଦନ୍ତ କରି ଫେରିଲେ ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ

ବିଞ୍ଝାରପୁର,୨୦।୬(ଡି,ଏନ୍‌.ଏ.): ଖରସ୍ରୋତା ନଦୀ ଘଣ୍ଟିଆଳି ସଂଲଗ୍ନ ବନ୍ଧରୁ ପଥର ଲୁଟ୍‌ ଘଟଣାରେ ବୁଧବାର ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ନବୀନ କିଶୋର ପାଣିଗ୍ରାହୀ ଘଟଣାସ୍ଥଳ ତଦନ୍ତକରି ଫେରିଛନ୍ତି। ଖୁବ୍‌ଶୀଘ୍ର ଏ ସମ୍ବନ୍ଧୀୟ ରିପୋର୍ଟ ବିଭାଗକୁ ହସ୍ତାନ୍ତର କରିବେ ବୋଲି ସେ କହିଛନ୍ତି। ପ୍ରକାଶ ଯେ, ମଙ୍ଗଳବାର ପୂର୍ବାହ୍ନରେ କେତେଜଣ ଦୁର୍ବୃତ୍ତ ଘଣ୍ଟିଆଳି ସଂଲଗ୍ନ ପଥରବନ୍ଧରୁ ଟ୍ରାକ୍ଟର ଯୋଗେ ପଥର ଲୁଟ୍‌ କରିଥିଲେ। ଏହି ସମୟରେ ସ୍ଥାନୀୟ ଗ୍ରାମବାସୀ ପହଞ୍ଚତ୍ ବିରୋଧ କରିବାରୁ ଦୁର୍ବୃତ୍ତମାନେ ଗାଡି ଛାଡି ପଳାଇଥିଲେ। ଘଟଣା ସମ୍ଫର୍କରେ ଗ୍ରାମବାସୀ ଜଳସମ୍ପଦ ବିଭାଗ ନିକଟରେ ଅବଗତ କରିଥିଲେ। ତେବେ ଜଳସମ୍ପଦ ବିଭାଗ ପକ୍ଷରୁ ଘଣ୍ଟିଆଳି ସଂଲଗ୍ନ ଖରସ୍ରୋତା ବାମପାର୍ଶ୍ୱ ନଦୀବନ୍ଧର ସୁରକ୍ଷା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ପଥର ବନ୍ଧକୁ ଦୁର୍ବୃତ୍ତମାନେ ଲୁଟ୍‌ ଉଦ୍ୟମ କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ା ଏ ନେଇ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ସତ୍ୟସାଗର ଭୂୟାଁଙ୍କୁ ପଚାରିବାରୁ ପଥରୁ ଲୁ୍‌ଟ୍‌ ଘଟଣାରେ ସମ୍ପୃକ୍ତି ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ତଦନ୍ତ କରଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ର୍ରହଣ କରାଯିବ ବୋଲି କହିଛନ୍ତି।

Share