ଖରାକୁ ଖାତିର ନ କରି ଖୋଲା ମିନିଟ୍ରକ୍‌ରେ ଚାଲିଛି ଲୋକବୁହା, ପରିବହନ ବିଭାଗ ନୀରବ

ଦାରିଙ୍ଗବାଡ଼ି,୩ା୪(ଅରୁଣ ସାହୁ): ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପାଇଁ ଏବେ ଅନେକ ପଦକ୍ଷେପ ପାଇଁ ଜିଲା ଓ ବ୍ଲକ ସ୍ତରରେ ବୈଠକ କରି ସୁବ୍ୟବସ୍ଥା କରାଯିବାକୁ କୁହାଯାଉଛି। ବିଶେଷ କରି ପୂର୍ବାହ୍ନ ୧୧ଟାଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହର ଅଧିକ ପ୍ରଭାବ ରହୁଥିବାରୁ ଯାତ୍ରୀଙ୍କ ସୁରକ୍ଷାକୁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି କିନ୍ତୁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସରକାରଙ୍କ ନିର୍ଦ୍ଦେଶକୁ ଫୁ’ କରିଦେଉଥିବା ଦେଖିବାକୁ ମିଳିଛି। ଏକ ମିନିଟ୍ରକ୍‌ରେ ଯାତ୍ରୀଙ୍କୁ ପ୍ରବଳ ଟାଣ ଖରାରେ ବୋହୁଥିବା ଦେଖିବାକୁ ମିଳିଛି। ଖୋଲା ମିନିଟ୍ରକ୍‌ ଡାଲାରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଗୋରୁଙ୍କୁ ବୋହିଲା ଭଳି ଯାତ୍ରା କରୁଥିବା ଓ ଉକ୍ତ ମିନିଟ୍ରକ୍‌ ଦାରିଙ୍ଗବାଡ଼ି ଅଭିମୁଖେ ଯାତ୍ରା କରୁଥିବା ବେଳେ ଏଥିପ୍ରତି ନା ପୋଲିସ ପ୍ରଶାସନ ଦେଖୁଛି ନା ଆଞ୍ଚଳିକ ପାରିବହନ ବିଭାଗ ସମସ୍ତେ ନୀରବ ସାଜିଛନ୍ତି। ଆଜି କି କାଲି ନିୟମିତ ଏଭଳି ବେଆଇନ ଭାବେ ମିନିଟ୍ରକ୍‌ ଓ ବିଭିନ୍ନ ଖୋଲା ଟ୍ରକ୍‌ରେ ଯାତ୍ରୀଙ୍କୁ ବୁହାଯିବା ସହ କିଛି ଯାତ୍ରୀବାହୀ ବସ୍‌ରେ ମଧ୍ୟ ଏଭଳି ଛାତ ଉପରେ ଯାତ୍ରୀଙ୍କୁ ନିଆଯାଉଥିବା ନଜିର ରହିଛି। ଏଥିପ୍ରତି ଜିଲାପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ କି ଆପଣଙ୍କ Instagram, Facebook? ଏ ହେଉଛି ବଡ଼ କାରଣ…

ନୂଆଦିଲ୍ଲୀ,୧୬।୪: ମେଟା ଏକ ଆଣ୍ଟିଟ୍ରଷ୍ଟ ମାମଲା ସାମ୍ନା କରୁଛି। ଏହି ପରୀକ୍ଷଣ ଯୋଗୁ କମ୍ପାନୀ Instagram ଏବଂ WhatsApp ହରାଇପାରେ। ମେଟା ବିରୋଧରେ ଅନେକ ଅଭିଯୋଗ...

ଭାଜପାର ସକ୍ରିୟ ସଦସ୍ୟତା ବୈଠକ, ଦଳକୁ ସୁଦୃଢ଼ କରିବାକୁ ଆହ୍ବାନ ଦେଲେ ନେତା

ବେଗୁନିଆପଡା,୧୬।୪(ସୁଶାନ୍ତ ପଟ୍ଟନାୟକ): ଗଞ୍ଜାମ ଜିଲା କୋଦଳା କଲ୍ୟାଣ ମଣ୍ଡପଠାରେ ବୁଧବାର ଭାରତୀୟ ଜନତା ପାର୍ଟି(ଭାଜପା)ର ସକ୍ରିୟ ସଦସ୍ୟତା ବୈଠକ ଅନୁଷ୍ଠିତ ହୋଇଯାଇଛି। କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବୁଥ...

ଓଡ଼ିଶାରେ ସବୁ ରେକର୍ଡ ଭାଙ୍ଗିଲା ନା ମୂଲ୍ୟ, ଦୁଇଦିନରେ ଛୁଇଁବ ଲକ୍ଷେ ଟଙ୍କା

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ସୁନା ମୂଲ୍ୟ ଅଭୂତପୂର୍ବ ଉଚ୍ଚତାରେ ପହଞ୍ଚିଛି। ୧୦ ଗ୍ରାମ ପାଇଁ ମୂଲ୍ୟ ୯୬,୦୦୦ ଟଙ୍କା ଅତିକ୍ରମ କରିଛି। ଭୁବନେଶ୍ୱର ବଜାରରେ, ୨୪ କ୍ୟାରେଟ୍...

ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୧୬।୪;ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ। ସ୍ବଳ୍ପ ଓ ମଧ୍ୟମ ଆୟ ବର୍ଗର ୨ଶହ ମେଧାବୀଙ୍କୁ ଫ୍ରି କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି...

‘ମୁସଲମାନମାନେ ହିନ୍ଦୁ ବୋର୍ଡ ଚଲାଇବେ କି?’: ୱାକଫ ଆଇନର ବିବାଦ ମଧ୍ୟରେ କେନ୍ଦ୍ରକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୪: ସୁପ୍ରିମକୋର୍ଟ ବୁଧବାର ବିବାଦୀୟ ୱାକଫ ସଂଶୋଧନ ଆଇନ, ୨୦୨୫ ଉପରେ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। କୋର୍ଟ ଏହି ଆଇନକୁ ଚ୍ୟାଲେଞ୍ଜ...

ଏ ହେଉଛି ଦେଶର ସବୁଠୁ ମହଙ୍ଗା ବାଇକ୍‌, ଦାମ୍‌ ଏତେ ଯେ ଗୋଟିଏ ବଦଳରେ କିଣିପାରିବେ ୫୦ Royal Enfield Bullet

ନୂଆଦିଲ୍ଲୀ,୧୬।୪: ଭାରତର ସବୁଠାରୁ ମହଙ୍ଗା ବାଇକ୍‌ର ମୂଲ୍ୟ ଏତେ ଅଧିକ ଯେ ଆପଣ କେବଳ ଗୋଟିଏ କି ଦୁଇଟି ନୁହେଁ ବରଂ ୫୦ଟି ରୟାଲ ଏନଫିଲ୍ଡ...

ଡରାଇଲା ଭବିଷ୍ୟବାଣୀ, ଜୁଲାଇରେ ଆସିବ ଭୟଙ୍କର ସୁନାମୀ, ୩୦ଫୁଟ ଉଚ୍ଚତାରେ ଊଠିବ ଜୁଆର!

ଟୋକିଓ,୧୬।୫: ଜାପାନର ଜଣାଶୁଣା ଭବିଷ୍ୟବକ୍ତା ତଥା ପୂର୍ବତନ ମାଙ୍ଗା କଳାକାର ରୟୋ ତାତ୍ସୁକି, ଯିଏକି ‘ଜାପାନର ବାବା ଭେଙ୍ଗା’ ନାମରେ ପରିଚିତ, ଏକ ଭୟଙ୍କର ଭବିଷ୍ୟବାଣୀ...

ଏଣିକି ମୃତଦେହ ପରିବହନ ପାଇଁ ରହିବ କଲ୍‌ ସେଣ୍ଟର; ଘର କିମ୍ବା ଶ୍ମଶାନ ଯାଏ…

ଭୁବନେଶ୍ୱର,୧୬।୪: ରାଜ୍ୟରେ ଏଣିକି ଶବ ପରିବହନ ପାଇଁ କଲ ସେଣ୍ଟର ରହିବ। ୧୦୮ ଆମ୍ବୁଲାନ୍ସ ସେବା ଭଳି ଏଥିରେ ଟୋଲ ଫ୍ରି ନମ୍ବର ରହିବ। ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image