ଖରାଛୁଟିରେ ପିଲାଙ୍କ ଏକ୍ସଟ୍ରା କ୍ଲାସ ନେବେ ଶିକ୍ଷକ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୯।୧(ବ୍ୟୁରୋ): ଏଣିକି ଖରାଛୁଟିରେ ସ୍କୁଲ ପିଲାମାନଙ୍କ ପାଇଁ ଏକ୍ସଟ୍ରା କ୍ଲାସ ହେବ। ପାଠପଢ଼ାରେ ଦୁର୍ବଳ ଥିବା ପିଲାମାନଙ୍କ କ୍ଲାସ ଶିକ୍ଷକ ନେବେ। ଗୁରୁବାର ଏଭଳି କିଛି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ସେ କହିଛନ୍ତି, ଛୁଟି ସମୟରେ ମଧ୍ୟ ଶିକ୍ଷକମାନଙ୍କ ରୋଟେଶନ ଡ୍ୟୁଟି ଥାଏ। ସେହି ସମୟରେ ଡ୍ୟୁଟିକୁ ଆସୁଥିବା ଶିକ୍ଷକ ଏକ୍ସଟ୍ରା କ୍ଲାସ ନେବେ। ତେବେ ଶିକ୍ଷକମାନଙ୍କୁ ଖରାଛୁଟି ମିଳିବ ନାହିଁ ବୋଲି ଯାହା କୁହାଯାଉଛି ତାହା ସେଭଳି ନୁହେଁ ବୋଲି ସେ କହିଛନ୍ତି।

Share