ଖରାଦିନିଆ ଫ୍ୟାଶନ

ଖରାଦିନେ ଏମିତି ଡ୍ରେସ୍‌ ଚୟନ କରନ୍ତୁ ଯାହା ଷ୍ଟାଇଲିଶ୍‌ ଦେଖାଯିବା ସହିତ ଆରାମ ଅନୁଭବ ଦେବ। ତେଣୁ ସମର ଫ୍ୟାଶନରେ ଜାଣିରଖନ୍ତୁ କିଛି ଡ୍ରେସ୍‌ ସମ୍ପର୍କରେ…
– ସମର ଫ୍ୟାଶନରେ ଏବେ ପୁଣି ଥରେ କାଫତାନ୍‌ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ମାର୍କେଟରେ ସିଫନ୍‌, କର୍ଟନ୍‌ ଆଦି ବିଭିନ୍ନ ପ୍ରକାର କାଫତାନ୍‌ ମିଳୁଛି। ଏହି ପୋଷାକ ଲମ୍ବା ଏବଂ ଖୋଲା ଖୋଲା ରହିଥାଏ। ତେଣୁ ଖରାଦିନେ ପିନ୍ଧିବାକୁ ଆରାମ ଲାଗେ ଓ ଫ୍ୟାଶନେବୁଲ ମଧ୍ୟ ଦେଖାଯାଏ।
– ଓଭର ସାଇଜ୍‌ ସର୍ଟ ମଧ୍ୟ ସମର ଲୁକ୍‌ ପାଇଁ ପୂରା ପରଫେକ୍ଟ ଲାଗିବ। ଜିନ୍ସ ସହିତ ଢିଲା ଓ ଲମ୍ବା ସର୍ଟ ମଧ୍ୟ ଆପଣ ଖରାଦିନେ ପିନ୍ଧିପାରିବେ। ଏହା ଆରାମଦାୟକ ହେବା ସହ ଷ୍ଟାଇଲିଶ୍‌ ଲାଗିବ।
– ଖରାଦିନେ କୁଲ୍‌ ଏବଂ ଷ୍ଟାଇଲିଶ୍‌ ଦେଖାଯିବାକୁ ଚାହୁଁଥିଲେ ଟି-ସାର୍ଟ ଡ୍ରେସ୍‌ ଟ୍ରାଏ କରିପାରିବେ। କୌଣସି ପାର୍ଟି କିମ୍ବା ବାହାରକୁ ବୁଲିବାକୁ ଯିବା ସମୟରେ ଆପଣ ଏହି ଡ୍ରେସ୍‌ ପିନ୍ଧି ଯାଇପାରିବେ। ଟି-ସାର୍ଟ ଡ୍ରେସ୍‌ ସହିତ ଧଳା ଷ୍ଟାଇଲିଶ୍‌ ଜୋତା ବେଶ୍‌ ସୁନ୍ଦର ଲାଗିବ।