ଖରାଦିନେ ଘିମିରିରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଖରାଦିନେ ପ୍ରବଳ ଗରମ ଯୋଗୁ କେତେକଙ୍କଠାରେ ଘିମରି ସମସ୍ୟା ଦେଖାଦେଇଥାଏ। ତେବେ କେତେକ ଘରୋଇ ଉପାୟ ଦ୍ୱାରା ଏଥିରୁ ସହଜରେ ମୁକ୍ତି ମିଳିପାରେ। ଖରାଦିନେ ଦେହରେ ଲେମ୍ବୁ ରସ ଲଗାଇଲେ ଚର୍ମର ଉପର ଅଂଶ ଥଣ୍ଡା ହୋଇ ଘିମିରିରୁ ରକ୍ଷା ମିଳେ। ଲେମ୍ବୁରେ ସାଇଟ୍ରିକ୍‌ ଏସିଡ୍‌, ଭିଟାମିନ୍‌-ସି, ଭିଟାବିନ୍‌-ବି, ଆଇରନ୍‌, କ୍ୟାଲସିୟମ, ଫସଫରସ୍‌ ତଥା ପଟାସିୟମ୍‌ ଆଦି ରହିଥାଏ। ବଟାହଳଦୀ ସହ ଲେମ୍ବୁରସ ମିଶାଇ ଦେହରେ ଲଗାଇଲେ ଖରାଦିନେ ହେଉଥିବା ବିଭିନ୍ନ ଚର୍ମରୋଗ ଆଶଙ୍କା ଦୂର ହୁଏ। ଲେମ୍ବୁରସରେ କାକୁଡି ରସ ଓ କ୍ଷୀର ମିଶାଇ ଲଗାଇଲେ ଚର୍ମ ପରିଷ୍କାର ରହେ। ସେହିପରି ଖରାଦିନେ ଅଧଚାମଚ ଲେମ୍ବୁରସରେ ଅଧଚାମଚ ଗୋଲାପଜଳ, ଦୁଇ ଚାମଚ ଗ୍ଲିସେରିନ୍‌ ମିଶାଇ ଦେହରେ ମାଲିସ୍‌ କଲେ ରଙ୍ଗ ଉଜ୍ୱଳ ହୁଏ।