ଖରାଦିନେ ତ୍ୱଚାର ଘରୋଇ ଉପଚାର

ସାଧାରଣତଃ ଖରାଦିନେ ତ୍ୱଚାର ବିଭିନ୍ନ ସମସ୍ୟା ଦେଖା ଦେଇଥାଏ। ଏହି ସମୟରେ ଘରେ ମିଳୁଥିବା ବିଭିନ୍ନ ପ୍ରକାର ସାମଗ୍ରୀ ବ୍ୟବହାର କରି ଆପଣଙ୍କ ତ୍ୱଚାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିପାରିବେ…

କାକୁଡ଼ି:

କାକୁଡ଼ିକୁ କଦୁକସ୍‌ କରି ତାର ରସରେ ଅଳ୍ପ ଲେମ୍ବୁରସ ଓ ଗ୍ରୀନ୍‌ ଟି କିମ୍ବା ପୁଦିନା ରସ ମିଶାନ୍ତୁ। ଏହାକୁ ଭଲଭାବେ ମିଶାଇ ଫ୍ରିଜ୍‌ରେ ରଖି ଦିଅନ୍ତୁ। ଏହାକୁ ଟୋନର ଭଳି ବ୍ୟବହାର କରନ୍ତୁ। ଖୁବ୍‌ କମ୍‌ ଦିନରେ ଆପଣଙ୍କ ତ୍ୱଚା ଗ୍ଲୋ କରିବ।
କାକୁଡ଼ି ରସରେ ଏକ ଚାମଚ ଓଟ୍ସ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାଇ ଫେସପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ଦୁଇ ତିନି ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ। ଶୁଖିଯିବା ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
ଲେମ୍ବୁ:
ଲେମ୍ବୁ ରସରେ ଅଳ୍ପ ପାଣି ମିଶାଇ ୧୫ ମିନିଟ ପର୍ଯ୍ୟନ୍ତ ମାଲିସ୍‌ କରନ୍ତୁ। ସପ୍ତାହକୁ ଦୁଇ ଥର ଏପରି କଲେ ତ୍ୱଚାର ଚମକ ବୃଦ୍ଧି ପାଇଥାଏ।
ଅଣ୍ଡାର ଧଳା ଅଂଶରେ ଲେମ୍ବୁ ରସ ମିଶାଇ ମୁହଁରେ ଲଗାନ୍ତୁ। ଶୁଖିଯିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ତ୍ୱଚା ଅଧିକ ଗ୍ଲୋ କରିବ।
ଅମୃତଭଣ୍ଡା:
ପାଚିଲା ଅମୃତଭଣ୍ଡା ସହିତ ମହୁ ଓ ଚିନି ମିଶାଇ ଗ୍ରାଇଣ୍ଡିଂ କରି ମୁହଁରେ ଲଗାନ୍ତୁ। ଏହାପରେ ଗୋଲାକାରରେ ସ୍କ୍ରବ କରନ୍ତୁ। ପ୍ରାୟ ୨୦ ମିନିଟ ପରେ ମୁହଁ ଶୁଖିଯିବା ପରେ ଧୋଇ ଦିଅନ୍ତୁ।
ପାଚିଲା ଅମୃତଭଣ୍ଡାକୁ ଚକଟି ସେଥିରେ ଦହି ମିଶାଇ କେଶ ମୂଳରେ ଲଗାନ୍ତୁ। ଏପରି କରିବା ଫଳରେ ରୂପି ସମସ୍ୟା ଏବଂ ଚନ୍ଦାପଣ ଦୂର ହୋଇଥାଏ।