Advertisement

ଖରାଦିନେ ଥଣ୍ଡା ହେଲେ ଆପଣାନ୍ତୁ ଏହି ଘରୋଇ ଉପାୟ

ଖରାଦିନେ ଥଣ୍ଡା ଧରିବା ଏକ ସାଧାରଣ କଥା। ମାତ୍ର ଖରାଦିନେ ହେଉଥିବା ଥଣ୍ଡା ଶୀତଦିନ ଅପେକ୍ଷା ଅଧିକ କଷ୍ଟଦାୟକ। ଖରାଦିନେ ଥଣ୍ଡାହେଲେ ପେଟ ଖରାପ ହେବା ସହ ଲଗାତର ଛିଙ୍କ ଏବଂ କାଶ ହେବାର ସମ୍ଭାବନା ରହିଥାଏ। ମାତ୍ର କେତୋଟି ଘରୋଇ ଉପାୟରେ ଆମେ ଏଥିରୁ ଉପଶମ ପାଇପାରିବା।

ସେଓ: ଏକ କପ୍‌ ପାଣିରେ ଏକ ଚାମଚ ସେଓ ଜୁସ୍‌, ଭିନେଗାର, ଚିନି ମିଶାଇ ପିଅନ୍ତୁ। ଏହାଦ୍ୱାରା କାଶ ଏବଂ ତଣ୍ଟି ପୋଡ଼ିବା ପରି ସମସ୍ୟା ଦୂର ହୋଇଥାଏ।

ଅଦା: ଏକ ଛୋଟ ଖଣ୍ଡ ଅଦା ପାଣିରେ ଫୁଟାଇ ଦିଅନ୍ତୁ। ସେହି ପାଣିରେ ଲେମ୍ବୁ ରସ ଏବଂ ଚିନି ମିଶାଇ ଦିନସାରା ଟିକେ ଟିକେ ପିଇଲେ ଆରାମ ଲାଗିଥାଏ।

ତୁଳସୀ ପତ୍ର: ତୁଳସୀ ପତ୍ରକୁ ଅଦା ସହ ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହି ମିଶ୍ରଣକୁ ଗରମ ପାଣିରେ ମିଶାଇ ଦିନରେ ୨ ଥର ପିଅନ୍ତୁ। ଏହା ଦ୍ୱାରା ଲାଭ ମିଳିବ।

ରସୁଣ: ରସୁଣ ଏକ ପ୍ରାକୃତିକ ରକ୍ତଶୋଧକ। ଥଣ୍ଡା ହେଲେ ଏହା ଖାଇବା ଦ୍ୱାରା ଆରାମ ଲାଗିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel