ଖରାଦିନେ ପସନ୍ଦ ଆସୁଥିବା ‘ଆଇସ୍‌ଡ ଟି’ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ

ପ୍ରାୟ ସମସ୍ତଙ୍କୁ ଚା ପିଇବାକୁ ଅଧିକ ପସନ୍ଦ ହୋଇଥାଏ। ତେବେ କେତେକ ବ୍ୟକ୍ତି ଏପରି ଅଛନ୍ତି, ଯେଉଁମାନଙ୍କ ଦିନଚର୍ଯ୍ୟା ଚା’ରୁ ଆରମ୍ଭ ହୋଇଥାଏ। ଚା’ ନ ମିଳିଲେ ସେମାନଙ୍କ ମୁଣ୍ଡ ବିନ୍ଧିବା ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।

ତେବେ ଗରମ ଦିନରେ ଲୋକେ ସାଧାରଣ ଚା’ ଅପେକ୍ଷା ଆଇସ୍‌ଡ ଟି’ ପିଇବାକୁ ପସନ୍ଦ କରିଥାନ୍ତି। ମାତ୍ର ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ଡାକ୍ତରଙ୍କ କହିବା ଅନୁଯାୟୀ, ଏହି ଚା’ ପିଇବା କିଡ୍‌ନୀ ପାଇଁ କ୍ଷତିକାରକ। ଏଥିରେ ଥିବା ରସାୟନିକ ପଦାର୍ଥ ଯୋଗୁ କିଡ୍‌ନୀ ଷ୍ଟୋନ୍‌ର ଆଶଙ୍କା ବଢ଼ିଥାଏ।

ଏଥିରେ ସୁଗାର ମାତ୍ରା ଅଧିକ ରହୁଥିବାରୁ ଓଜନ ବଢ଼ିଥାଏ। ଏଣୁ ମଧୁମେହ ରୋଗୀ ଏହା ପିଇବା ଉଚିତ ନୁହେଁ। କାରଣ ଏଥିରେ ସୋଢ଼ା ମିଶାଇ ପିଇବା ଫଳରେ ଏହା ଅଧିକ ମିଠା ହୋଇଯାଇଥାଏ।

ଏହା କୋଲେଷ୍ଟରଲ ବଢ଼ାଇବା ସହିତ ଷ୍ଟ୍ରୋକ୍‌ ସୃଷ୍ଟି କରିଥାଏ।
ଯଦି ଆପଣ ଏହା ପିଇବାକୁ ପସନ୍ଦ କରୁଛନ୍ତି, ତେବେ ବିନା ସୁଗାରରେ ଦିନକୁ ଥରେ ପିଇପାରିବେ। ତେବେ ଏ ନେଇ ଡାକ୍ତରଙ୍କ ପରାମର୍ଶ ଉଚିତ ହୋଇଥାଏ।