ଖରାଦିନେ ବରଡ଼ା ଶାଗ ଚାହିଦା

ଫୁଲବାଣୀ ଅଫିସ, ୨୨ା୪- କନ୍ଧମାଳ ଜିଲା ପଛୁଆ ଅଞ୍ଚଳ ଭାବେ ପରିଚିତ ହେଲେ ମଧ୍ୟ ଏଠାରେ ମିଳୁଥିବା କେତେକ ଦ୍ରବ୍ୟର ଚାହିଦା ବହୁ ଉଚ୍ଚରେ। କନ୍ଧମାଳ ହଳଦୀ ବିଶ୍ୱ ପ୍ରସିଦ୍ଧ। ଜୈବିକ ପଦ୍ଧତିରେ ଚାଷ ହେଉଥିବା ଏହି ହଳଦୀକୁ ନିକଟରେ ମିଳିଛି ଜିଆଇ ମାନ୍ୟତା। ବର୍ଷାଦିନେ ବାଟି ଛତୁ, ଶ୍ରାବଣ କଢ଼ର ଚାହିଦା ମଧ୍ୟ ରହିଛି। ଯାହାକୁ କିଲୋ ପ୍ରତି ୪୦୦ରୁ ୫୦୦ ଟଙ୍କାରେ ବିକ୍ରି କରାଯାଏ। ସେହିପରି ଖରାଦିନ ଆରମ୍ଭରୁ ଜିଲାରେ ମିଳେ ବରଡା ଶାଗ। ପ୍ରାୟ ଏପ୍ରିଲ ମାସ ତୃତୀୟ ସପ୍ତାହରୁ ଜୁନ ଶେଷ ପର୍ଯ୍ୟନ୍ତ ଏହା ବଜାରରେ ମିଳେ। ସାଧାରଣତଃ ଶାଗକୁ ବିଡ଼ାରେ ବିକ୍ରି କରା ଯାଉଥିବା ବେଳେ ବରଡ଼ା ଶାଗକୁ ଓଜନରେ ବିକ୍ରି କରାଯାଏ। ଯାହାର ଦର କେଜି ପ୍ରତି ୧୦୦ ଟଙ୍କା। ଋତୁକାଳୀନ ଏହି ଶାଗ ବିକି ବ୍ୟବସାୟୀ ଲାଭବାନ ହେଉଛନ୍ତି। ଏପରିକି ଜଣେ ଜଣେ ଦିନକୁ ୨ରୁ ୩ ହଜାର ଟଙ୍କାର କେବଳ ବରଡା ଶାଗ ବିକିଥାନ୍ତି।
ବରଡ଼ା ଗଛର କଅଁଳିଆ ପତ୍ରକୁ ଶାଗ ଭାବେ ଖିଆଯାଏ। ଏହି ଗଛ ଚାକୁଣ୍ଡା ସଦୃଶ। ଏଥିରେ ଚଢ଼ି କଅଁଳ ପତ୍ର ତୋଳିବା ବହୁ କଠିନ କାର୍ଯ୍ୟ। ବର୍ଷାଦିନେ ପତ୍ର ବଡ ହୋଇଗଲେ ପୁଣି ଅପେକ୍ଷା ରୁହେ ଆରବର୍ଷକୁ। କୌଣସି ସାର ପିଡିଆ ଦିଆଯାଇ ବରଡ଼ା ଶାଗ ହେଉ ନ ଥିବାରୁ ଏହା ସମ୍ପୂର୍ଣ୍ଣ ହାଇଜେନିକ ବୋଲି ସହରବାସୀ ମତ ଦିଅନ୍ତି। ୧୦/୧୫ ବର୍ଷ ତଳେ ଏହା କମ୍‌ ଦାମରେ ବିକ୍ରି ହେଉଥିଲା। ୧ ଟଙ୍କାରେ ପାଏ ବା ୨୫୦ ଗ୍ରାମ ଶାଗ ମିଳୁଥିଲା। ଏବେ କେଜି ୧୦୦ ଟଙ୍କା ହେଲାଣି। ଟଙ୍କା ଯେତେ ହେଉ, ଏହି ଶାଗ ଖାଇବା ମଜା ନିଆରା ବୋଲି ଫୁଲବାଣୀର ସୁବାସ ବେହେରା ପ୍ରକାଶ କରିଛନ୍ତି।
ସେହିପରି ଫୁଲବାଣୀ ସହରକୁ ଶାଗ ବିକ୍ରି କରିବାକୁ ଆସିଥିବା ଜି.ଉଦୟଗିରିର ଅବଦୁଲ ଆଲଫା କୁହନ୍ତି, ପ୍ରତିଦିନ ୩ରୁ ୪ ହଜାର ଟଙ୍କାର ଶାଗ ବିକ୍ରି କରୁଛି। ରବିବାର ହେତୁ ବ୍ୟବସାୟ ଟିକେ ମାନ୍ଦା ଥିଲେ ବି ୧୭୦୦ ଟଙ୍କାର ଶାଗ ବିକିଛି। ଅନ୍ୟଦିନେ ପ୍ରାୟ ମଧ୍ୟାହ୍ନ ସୁଦ୍ଧା ୩୦ କିଲୋ ପାଖାପାଖି ଶାଗ ବିକ୍ରି ସରିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଲିଙ୍କ ଉପରେ କ୍ଲିକ୍‌ କରିବା ପରେ ଆକାଉଣ୍ଟରୁ ଚାଲିଗଲା ୫୦ ହଜାର

ଗୋପାଳପୁର,୧୧ା୧(ନବୀନ ରାଜ ଆଚାରୀ): କିଛି ମାସ ହେଲା ରାଜ୍ୟରେ ସାଇବ ଠକେଇ ସଂଖ୍ୟା ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଗୋପାଳପୁର ଥାନାରେ ଏକ ଠକେଇ ମାମଲା...

ଯାତ୍ରୀ ବିଶ୍ରାମାଗାରରୁ ମିଳିଲା ମୃତଦେହ: ସୋସିଆଲ ମିଡିଆରୁ ଜଣାପଡ଼ିଲା ପରିଚୟ

ଦିଗପହଣ୍ଡି,୧୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଣିଆନାଳ ଛକ ନିକଟସ୍ଥ ସିଦ୍ଧେଶ୍ୱର ଆଦର୍ଶ ବିଦ୍ୟାଳୟ ଯାତ୍ରୀ ବିଶ୍ରାମାଗାରରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଶନିବାର...

ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବି: କିଷାନ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୧୧।୧(ଦିଲ୍ଲୀପ ସାମଲ): କୃଷି ଋଣ ଛାଡ଼ କରିବା, ମଣ୍ଡି ଖୋଲି ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବା ସହିତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା...

ଖଳା ନିକଟରୁ ବୋମା ଭର୍ତ୍ତି ବ୍ୟାଗ ଜବତ: ସହରରେ ଗୋଷ୍ଠୀ ସଂଘର୍ଷ ଏଡାଇବାକୁ ପୋଲିସର ପ୍ରୟାସ

ବ୍ରହ୍ମପୁର, ୧୧।୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହର ଏବେ ଧୀରେ ଧୀରେ ପୁଣିଥରେ ଅଶାନ୍ତ ଆଡକୁ ଗତି କରୁଛି। ନୂତନ ଭାବେ ଯୁବଗୋଷ୍ଠୀ ଅପରାଧ ଦୁନିଆରେ...

ଚାଷୀଙ୍କ ସମସ୍ୟା ସମାଧାନ ପାଇଁ କିଷାନ ମୋର୍ଚ୍ଚାର…

ଛତ୍ରପୁର,୧୦।୧(ଦିଲ୍ଲୀପ ସାମଲ):ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଚାଷୀମାନଙ୍କ ସମସ୍ୟାର ସମାଧାନ କରିବା ସମେତ ୬ଦଫା...

ବ୍ରହ୍ମପୁରରେ ପହଞ୍ଚତ୍ପାରିଲେନି ଯାତ୍ରୀବାହୀ ବସ୍‌ରେ …

ଦିଗପହଣ୍ଡି,୧୦ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ମଧ୍ୟରୁ ଶୁକ୍ରବାର ସକାଳ ପ୍ରାୟ ୮ଟାରେ ଜଣେ ବୃଦ୍ଧାଙ୍କ...

ଗଞ୍ଜେଇ ସହ ବାଇକ୍‌ ଜବତ, ଜଣେ ଗିରଫ

ଦିଗପହଣ୍ଡି,୧୦ା୧(ଅଶେଷ ନାଥ ମିଶ୍ର): ବାଇକ୍‌ରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଜଣେ ବ୍ୟକ୍ତି ଧରା ପଡ଼ିଛନ୍ତି। ତାଙ୍କୁ ପୋଲିସ ଗିରଫ କରି ବ୍ରହ୍ମପୁର ଜିଲା ଦୌରାଜଜ୍‌...

ଚାଷୀଙ୍କୁ କ୍ଷତିପୂରଣ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ଚାଷୀ ସଙ୍ଗଠନ

ଛତ୍ରପୁର,୧୦ା୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଅଦିନିଆ ବର୍ଷାରେ ଗଞ୍ଜାମ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏନେଇ ଚାଷୀଙ୍କୁ କ୍ଷତିପୂରଣ ସହ ବିଭିନ୍ନ ସମସ୍ୟାର ସମାଧାନ ନେଇ ଅଖିଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image