ଖରାଦିନେ ମାଟିପାତ୍ର ପାଣି ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକର

ବର୍ତ୍ତମାନ ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ଲୋକେ ଫ୍ରିଜ୍‌ ପାଣି ବା ଥଣ୍ଡା ପାଣି ପିଇବାକୁ ଖୁବ୍‌ ପସନ୍ଦ କରିଥାନ୍ତି। ମାତ୍ର ଗ୍ରୀଷ୍ମଋତୁରେ ଫ୍ରିଜ୍‌ ପାଣି ଅପେକ୍ଷା ମାଟିପାତ୍ର ପାଣି ପିଇବା ଅଧିକ ଲାଭଦାୟକ ତଥା ସ୍ବାସ୍ଥ୍ୟ ଉପକାରୀ ମଧ୍ୟ। ଜାଣନ୍ତୁ ଏସମ୍ପର୍କରେ…

– ମାଟିହାଣ୍ଡି ପାଣି ମେଟାବୋଲ୍‌ଜିୟମ ବୃଦ୍ଧି କରିଥାଏ। ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

– ପେଟ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ମାଟିପାତ୍ର ପାଣି ଖୁବ୍‌ ଭଲ କାମ କରେ। ଅନେକ ଗବେଷଣାରେ କୁହାଯାଇଛି କି, ଏକ ମାଟିପାତ୍ରରେ ରଖାଯାଇଥିବା ପାଣି ପିଇଲେ କୋଷ୍ଠକାଠିନ୍ୟ, ଅମ୍ଳତା ପରି ପେଟ ଜନିତ ସମସ୍ୟା ସୃଷ୍ଟି ହୁଏ ନାହିଁ । ଯେଉଁ ବ୍ୟକ୍ତିଙ୍କର ପେଟ ସମ୍ବନ୍ଧୀୟ ସମସ୍ୟା ଥାଏ, ସେମାନେ ପ୍ରତିଦିନ ମାଟିପାତ୍ର ପାଣି ପିଇବା ଉଚିତ୍‌ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି।

– ମାଟିପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ୱାରା ଶରୀରର ମଇଳା ଦୂର ହୋଇଥାଏ। ଶରୀରର ଡିଟ୍‌କ୍ସଫିକେସନ ପାଇଁ ମାଟି ଜଳ ଅତ୍ୟନ୍ତ ଉପକାରୀ।

– ଗ୍ରୀଷ୍ମଋତୁରେ କେବଳ ଥଣ୍ଡା ପାଣି ଦ୍ୱାରା ଶୋଷ ମେଣ୍ଟାଯାଇପାରେ। ଅତ୍ୟଧିକ ଗରମ ଯୋଗୁ ଲୋକେ ଥଣ୍ଡା ପାଣି ପିଇବା ପାଇଁ ପସନ୍ଦ କରିଥାନ୍ତି। ତେଣୁ ମାଟିପାତ୍ରରେ ପାଣି ରଖିବା ଉଚିତ୍‌। ଏହା ଅଳ୍ପ ସମୟ ମଧ୍ୟରେ ପାଣିକୁ ଥଣ୍ଡା କରିଦିଏ। ମାଟିପାତ୍ର ପାଣି ପିଇଲେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ।