ଖରାଦିନେ ଶରୀରରୁ ଜଳୀୟଅଂଶ କମିଯାଉଥିଲେ ଖାଆନ୍ତୁ ଏହି ପରିବା, ଅଂଶୁଘାତରୁ ପାଇବେ ରକ୍ଷା

କିଛି ଲୋକ ଖରାଦିନେ ମଧ୍ୟ କମ୍‌ ପାଣି ପିଇଥାନ୍ତି। ଫଳରେ ଶରୀରରୁ ଜଳୀୟଅଂଶ କମି ଯାଇଥାଏ। ଟିକେ ଟାଣଖରାରେ ବାହାରକୁ ଗଲେ ହାଲିଆ ଲାଗେ। ଏମିତିକି ଅଂଶୁଘାତର ଶିକାର ମଧ୍ୟ ହେବାକୁ ପଡ଼ିଥାଏ। ଏମିତି ପରିବା ଅଛି ଯାହା ନିୟମିତ ଖାଇଲେ ପାଣି କମ୍‌ ପିଉଥିଲେ ମଧ୍ୟ ଅଂଶୁଘାତରୁ ରକ୍ଷା ପାଇପାରିବେ।

କାକୁଡ଼ି : ଖରାଦିନେ ଝାଳ ବୋହିବା ସହିତ ଖଣିଜ ଲବଣ ଶରୀରରୁ ବାହାରିଯାଇଥାଏ। ତେଣୁ କାକୁଡ଼ି ଖାଇଲେ କିମ୍ବା ଏହାର ଜୁସ୍‌ ପିଇଲେ ଏହା ଶରୀରରେ ଜଳୀୟ ଅଂଶ ବଢ଼ାଇଥାଏ। ଫଳରେ ଅଂଶୁଘାତର ଭୟ ନ ଥାଏ।

ଲାଉ : ଲାଉରେ ୯୦ ପ୍ରତିଶତ ପାଣି ରହିଥାଏ। ସପ୍ତାହରେ ୨ ଥର ଲାଉ ଖାଆନ୍ତୁ। ଏହା ଡିହାଇଡ୍ରେସନ ହେବାକୁ ଦିଏ ନାହିଁ। ଏହା ସହିତ ଛୋଟମୋଟ ରୋଗ ମଧ୍ୟ ଦୂର କରିଥାଏ।

ପାଳଙ୍ଗ : ଏହା ଇମ୍ୟୁନିଟି ବଢ଼ାଇଥାଏ। ଏହାକୁ ଖାଇଲେ ଶରୀରରେ ଥିବା ପାଣିର ଅଭାବ ଦୂର ହୋଇଥାଏ

ଟମାଟର : ଏଥିରେ ୯୫ ପ୍ରତିଶତ ପାଣି ଥାଏ। ଏହାକୁ ସାଲାଡ୍‌ ଭାବେ ଖାଦ୍ୟରେ ସାମିଲ କରନ୍ତୁ। ଫଳରେ ଶରୀରରେ ଜଳୀୟ ଅଂଶ ବଢ଼ାଇବା ସହିତ ଅଂଶୁଘାତରୁ ରକ୍ଷା ପାଇବେ।