ଖରାପ ପାଗ ଯୋଗୁ ଉପରାଷ୍ଟ୍ରପତିଙ୍କ ବଲାଙ୍ଗୀର ଗସ୍ତ ବାତିଲ

ବଲାଙ୍ଗୀର ଅଫିସ, ୨୭।୧୨: ଖରାପ ପାଗ ଯୋଗୁ ଉପରାଷ୍ଟ୍ରପତି ଏମ.ଭେଙ୍କିୟା ନାଇଡୁଙ୍କ ବଲାଙ୍ଗୀର ଗସ୍ତ ବାତିଲ ହୋଇଛି। ବଲାଙ୍ଗୀରଠାରେ ନବନିର୍ମିତ ବିପିସିଏଲର ବଟ୍‌ଲିଂ ପ୍ଳାଣ୍ଟ ଏବଂ ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବିଲି ସମାରୋହ ଉଦ୍‌ଘାଟନ ସମାରୋହରେ ଉପରାଷ୍ଟ୍ରପତି ଶୁକବ୍ରାର ଯୋଗଦେବାର ଥିଲା। କିନ୍ତୁ ଖରାପ ପାଗ ଯୋଗୁ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ଉପରାଷ୍ଟ୍ରପତି ନାଇଡୁ ସକାଳ ୮ଟା ୫ମିିନିଟରେ ରାୟପୁରରୁ ଭାରତୀୟ ବାୟୁସେନାର ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୯ଟାରେ ପଥରଚେପା ହେଲିପ୍ୟାଡରେ ପହଞ୍ଚତ୍ବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ କୁହୁଡି ଏବଂ କୋହଲା ପାଗ ଯୋଗୁ ଏହା ବାତିଲ କରାଯାଇଥିବା ସୂଚନା ମିଳିଛି।

Share