ଖରାପ ରାସ୍ତା ଯୋଗୁ ଆସିଲାନି ଆମ୍ବୁଲାନ୍ସ:ଖଟିଆରେ ବୁହା ହେଲେ ଗର୍ଭବତୀ

ମାଲକାନଗିରି/ଗୋବିନ୍ଦପାଲି,୧ା୯ (ସ୍ବ.ପ୍ର./ଡି.ଏନ.ଏ.)-ମାଲକାନଗିରି ଜିଲାର ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚତ୍ପାରୁନି। ଉକ୍ତ ଅଞ୍ଚଳକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଗାଡି ଯାଇପାରୁ ନ ଥିବାରୁ ଜନନୀ ଯନ୍ତ୍ରଣା ବଢିବାରେ ଲାଗିଛି। ରୋଗୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ଆଣିବାକୁ ପଡୁଛି। ଏପରି ଏକ ଦୃଶ୍ୟ ରବିବାର ଜିଲାର ଖଇରପୁଟ ବ୍ଲକରେ ଦେଖିବାକୁ ମିଳିଛି। ଏହି ବ୍ଲକର ଅମଳାଭଟ୍ଟା ଗ୍ରାମର ପର୍ଶୁରାମ ପାଙ୍ଗିଙ୍କ ସ୍ତ୍ରୀ ପ୍ରତିମା ସାହୁ ଗର୍ଭବତୀ ଥିଲେ। ରବିବାର ତାଙ୍କର ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା। ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ମାତ୍ର ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଆସି ନ ଥିଲା। ଫଳରେ ପରିବାର ଲୋକେ ପ୍ରାୟ ୩ କିଲୋମିଟର ବାଟ ପ୍ରତିମାଙ୍କୁ ଖଟିଆରେ ବୋହି ଡାକ୍ତରଖାନା ଆଣିଥିଲେ। ଡାକ୍ତରଖାନାରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି। ମା ଓ ଶିଶୁଙ୍କ ଅବସ୍ଥା ସୁସ୍ଥ ରହିଥିବା ଜଣାପଡିଛି।