ଖରାରେ ଶୁଖିପାରେ ଆଖିରୁ ଜଳୀୟଅଂଶ: କିପରି କରିବେ ଚିକିତ୍ସା

ଖରାଦିନେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ସେଥିପାଇଁ ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ। ତେବେ ଖରାଦିନେ ବାହାରକୁ ବାହାରିବା ମାତ୍ରେ ସୂର୍ଯ୍ୟକିରଣ ସିଧା ଆଖିରେ ପଡିଥାଏ। ଏଣୁ ଆଖିରୁ ପାଣି ମଧ୍ୟ ଶୁଖିବାରେ ଲାଗିଥାଏ। କେବଳ ସେତିକି ନୁହେଁ, ଆଖି ପୋଡାଜଳା ମଧ୍ୟ ହୋଇଥାଏ। ତେଣୁ ଖରାଦିନେ ଉପୁଜିଥିବା ଆଖି ସମସ୍ୟାଠୁ ଦୂରେଇ ରହିବାକୁ ଜାଣନ୍ତୁ କିଛି ଉପାୟ ସମ୍ପର୍କରେ। ବର୍ତ୍ତମାନ ଅଧିକାଂଶ (ଡ୍ରାଏ ଆଇ) ଶୁଖିଲା ଆଖି ସମସ୍ୟା ଦେଖାଯାଉଛି। ଡାକ୍ତରଙ୍କ କହିବା ଅନୁଯାୟୀ, ଖରାଦିନେ ଆଖିରୁ ଲୁହ କମ୍‌ ବାହାରିବା ସହ ଜଳାପୋଡ଼ା ହୋଇଥାଏ। ଏହାସହ ଆଖି ଭାରିଭାରି ଲାଗିଥାଏ। ଯେଉଁମାନେ କମ୍ପ୍ୟୁଟର ଓ ମୋବାଇଲ୍‌ର ବହୁଳ ବ୍ୟବହାର କରିଥା’ନ୍ତି, ସେମାନଙ୍କଠାରେ ଏହି ସମସ୍ୟା ବେଶି ଦେଖାଯାଇଥାଏ।
* ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅଧିକ ସମୟ ଖରାରେ ବୁଲନ୍ତୁ ନାହିଁ।
* ଘରୁ ବାହାରିବା ସମୟରେ ଚଷମା ବ୍ୟବହାର କରନ୍ତୁ।
* କାମ ସମୟରେ ୧ ମିନିଟ୍‌ରେ ୧୫ ଥର ଆଖିପତା ପକାଇବା ଉଚିତ।
* ୧୦ ଘଣ୍ଟା ମଧ୍ୟରେ ଆଖିକୁ ପାଣିଛାଟିବା ଆବଶ୍ୟକ।
* ଆଖିରେ କାକୁଡି କାଟି ରସ ଲଗାନ୍ତୁ। ଥଣ୍ଡା ଲାଗିବା ସହ ଆରାମ ମିଳିଥାଏ।
* ଡାକ୍ତରଙ୍କ ପରାମର୍ଶ ନେଇ ଆଖିରେ ଡ୍ରପ୍‌ ପକାନ୍ତୁ।