Categories: ମେଟ୍ରୋ

ଖରାରେ ସିଝୁଛନ୍ତି ଶ୍ରମିକ: ସରକାରୀ ନିର୍ଦ୍ଦେଶକୁ ବେଖାତିର

ନିରାକାରପୁର,୧୭ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଗେଟ୍‌ ବଜାରରେ ଗୋଟିଏ ମଲ୍‌ ଉପରେ ଶ୍ରମିକମାନେ ଖରାରେ କାମ କରୁଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ, ସରକାରଙ୍କ ପକ୍ଷରୁ ଏପ୍ରିଲ ପହିଲାରୁ ଶ୍ରମିକମାନଙ୍କୁ ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ କାମ କରିବା ପାଇଁ ନିର୍ଦ୍ଦେଶ ଥିବାବେଳେ ଏହାକୁ ବେଖାତିର କରାଯାଇ ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନେ ୫ ମହଲା ଉପରେ ଖରାରେ ସିଝୁଥିବା ଦେଖିବାକୁ ମିଳିଛି।

Share