ଖରା ଛୁଟିରେ ଖୋଲିବ ହାଇକୋର୍ଟ, ନିମ୍ନକୋଟ

କଟକ ଅଫିସ,୨୯।୪: ଚଳିତବର୍ଷ ଖରାଛୁଟିରେ ହାଇକୋର୍ଟ କିମ୍ବା ନିମ୍ନକୋର୍ଟଗୁଡ଼ିକ ବନ୍ଦ ରହିବ ନାହିଁ। ମଙ୍ଗଳବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରେଜିଷ୍ଟ୍ରାର୍‌ (ଜୁଡ଼ିସିଆଲ୍‌) ଲଳିତ କୁମାର ଦାସଙ୍କ ତରଫରୁ କୁହାଯାଇଛି ଯେ, ଲକ୍‌ଡାଉନ୍‌ ଯୋଗୁ କୋର୍ଟଗୁଡ଼ିକ ଏକ ପ୍ରକାର ବନ୍ଦ ରହିଛି। ଏନେଇ ହାଇକୋର୍ଟ ପକ୍ଷରୁ ଆଡଭୋକେଟ୍‌ ଜେନେରାଲ୍‌, ଓଡ଼ିଶା ହାଇକୋର୍ଟ ଓକିଲ ସଂଘର ସଭାପତି, ଉପସଭାପତି ଏବଂ ସମ୍ପାଦକଙ୍କ ସହ ଆଲୋଚନା କରାଯାଇଥିଲା। ମେ’ ୩ ପରେ ଲକ୍‌ଡାଉନ୍‌କୁ ବୃଦ୍ଧି କରା ନ ଗଲେ ଆସନ୍ତା ଖରାଛୁଟିରେ ହାଇକୋର୍ଟ ଖୋଲା ରହିବ ବୋଲି ରେଜିଷ୍ଟ୍ରାର୍‌ ଦାସ ସୂଚନା ଦେଇଛନ୍ତି। ରେଜିଷ୍ଟ୍ରାର୍‌ (ଆଡମିନ୍‌) ରାଜେନ୍ଦ୍ର କୁମାର ତୋସଙ୍କ ପକ୍ଷରୁ କୁହାଯାଇଛି ଯେ, ଯଦି ଲକ୍‌ଡାଉନ୍‌ ମେ’ ୩ ପରେ ବଢ଼ା ନ ଯାଏ, ତେବେ ଆସନ୍ତା ଖରା ଛୁଟିରେ ସମସ୍ତ ନିମ୍ନ କୋର୍ଟ ଖୋଲିବ।

Share