ଖରା ହେଲେ କମିବ କରୋନା ଭାଇରସ ପ୍ରକୋପ!

ଓ୍ବାଶିଂଟନ,୧୪।୩: କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୪୫ ଦେଶରେ ବ୍ୟାପିଥିବା ବେଳେ ଏବେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଇଛି। ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି କି ଖରା ହେଲେ କରୋନା ଭାଇରସ ମରିଯିବ ଓ ଏହାର ପ୍ରକୋପ କମ୍‌ ହୋଇଯିବ। ହେଲେ ଏହାର କୌଣସି ବୈଜ୍ଞାନିକ କାରଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଅନ୍ୟପଟେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) କହିଛି କରୋନା ଭାଇରସ ଯେ କୌଣସି ପାଣିପାଗରେ ତା’ର କାୟା ବିସ୍ତାର କରିପାରେ। ଏହା ଥଣ୍ଡା କିମ୍ବା ଗରମ ପରିବେଶ ଉପରେ ନିର୍ଭର କରେ ନାହିଁ ବୋଲି କହିଛି ଡବ୍ଲୁଏଚ୍‌ଓ। କାରଣ ଏପର୍ଯ୍ୟନ୍ତ ଏହାର କୌଣସି ବୈଜ୍ଞାନିକ କାରଣ ଜଣାପଡି ନାହିଁ। କରୋନା ଚିକିତ୍ସା ଲାଗି ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଆସିପାରି ନ ଥିବାବେଳେ ଏହି ଭୂତାଣୁ କେଉଁ ପରିବେଶରେ କାୟା ବିସ୍ତାର କରୁଛି ତାହା ମଧ୍ୟ କହିବା ମୁସ୍କିଲ ବୋଲି ମତ ଦେଇଛି ଡବ୍ଲୁଏଚ୍‌ଓ।

Share