ଖରିଫ ଧାନ ସଂଗ୍ରହ ପାଇଁ ପ୍ରଚାର ରଥ

ଚମ୍ପୁଆ, ୨୯ା୧୧(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଖରିଫ ଧାନ ସଂଗ୍ରହ ପାଇଁ ଏକ ସଚେତନତା ରଥ ବୁଲିବା ଆରମ୍ଭ କରିଛି। ଉପଜିଲାପାଳ ପ୍ରତାପ ପ୍ରୀତିିମୟ ନିଜ କାର୍ଯ୍ୟାଳୟ ଠାରେ ପତାକା ହଲାଇ ରଥର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଆରଏମସି ସେକ୍ରେଟାରୀ ଚାରୁଲତା ସିଂ, ଏସଡିଆଇପିଆରଓ ଜୟନ୍ତ କୁମାର ନାୟକ ଓ ସମସ୍ତ ଆରଏମସି କର୍ମଚାରୀ ଉପସ୍ଥିତ ଥିଲେ। ଏହି ରଥ ଶୁକ୍ରବାର ଓ ଶନିବାର ଚମ୍ପୁଆ ବ୍ଲକ ପିରକ୍ରମା କରିବା ପରେ ୧ ଓ ୨ ତାରିଖରେ ଝୁମ୍ପୁରା ବ୍ଲକ, ୩ ଓ ୪ ତାରିଖରେ ଯୋଡା ବ୍ଲକ ପରିକ୍ରମା କରି ଚାଷୀଙ୍କୁ ସଚେତନ କରାଇବ । ଧାନର ମାନ ରକ୍ଷା ଓ ସରକାରୀ ମଣ୍ଡିରେ ଏହାକୁ ବିକି ଉଚିତ ପ୍ରାପ୍ୟ ଅନ୍‌ ଲାଇନ ମାଧ୍ୟମରେ ନେବାକୁ ସଚେତନ କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି।