Categories: ଜାତୀୟ

ଖଲିସ୍ତାନୀଙ୍କୁ ସକ୍ରିୟ କରୁଛି ଆଇଏସ୍‌ଆଇ: ଭାରତୀୟ ଗୋଇନ୍ଦା ବିଭାଗର ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ,୩୦।୧୦: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପଞ୍ଜାବରେ ଅଶାନ୍ତି ସୃଷ୍ଟି ପାଇଁ ଷଡ଼ଯନ୍ତ୍ର ରଚିଛି। ଏହା ଅନ୍ତର୍ଗତ ଆଇଏସ୍‌ଆଇ ସ୍ଥାନୀୟ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହିତ ହାତ ମିଳାଇଛି। ଖଲିସ୍ତାନୀଙ୍କୁ ଡ୍ରୋନ୍‌ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରହିବା ସହିତ ସଂଗଠନକୁ ମଜବୁତ ପାଇଁ ଉଦ୍ୟମ ହେଉଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଏନେଇ ସନ୍ଦିଗ୍ଧ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ ସଦସ୍ୟଙ୍କ ବିଷୟରେ ଗୋଇନ୍ଦା ବିଭାଗକୁ ତଥ୍ୟ ମିଳିଛି। ପଞ୍ଜାବରେ ଖଲିସ୍ତାନୀଙ୍କୁ ସକ୍ରିୟ କରିବା ଲାଗି ଜର୍ମାନୀରେ ଥିବା ଖଲିସ୍ତାନ ଆତଙ୍କବାଦୀ ଗୁରମିତ୍‌ ସିଂ ବଗ୍ଗା ଏବଂ ପାକିସ୍ତାନରେ ଥିବା ଆତଙ୍କବାଦୀ ରଣଜିତ୍‌ ସିଂଙ୍କ ମଧ୍ୟରେ ଯୋଗାଯୋଗ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ଇତିମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ସମ୍ପନ୍ନ ହୋଇଛି।

Share