ଖଲିସ୍ତାନ ସମର୍ଥକଙ୍କୁ ପାଣ୍ଠି ଯୋଗାଉଛନ୍ତି ବ୍ରିଟେନ୍‌ ଏବଂ କାନାଡ଼ାରେ ଥିବା ପାକିସ୍ତାନୀ

ଲଣ୍ଡନ,୬।୭: ଖଲିସ୍ତାନ ସମର୍ଥକଙ୍କୁ ବ୍ରିଟେନ୍‌ ଏବଂ କାନାଡ଼ାରେ ଥିବା ପାକିସ୍ତାନୀ ପାଣ୍ଠି ଯୋଗାଉଛନ୍ତି। ଏନେଇ ଭାରତୀୟ ସେନାର ପୂର୍ବତନ ମେଜର ଜେନେରାଲ ଧ୍ରୁବ.ସି. କଟୋଚ୍‌ ସୂଚନା ଦେଇଛନ୍ତି। ଏହି ପାକିସ୍ତାନୀ ତଥା ଖଲିସ୍ତାନ ସମର୍ଥକମାନେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ ଯୋଗାଯୋଗରେ ରହିଛନ୍ତି। ଇଂଲଣ୍ଡରେ ହେଉଥିବା ବିଶ୍ୱକପ୍‌ କ୍ରିକେଟ୍‌ ମ୍ୟାଚ୍‌ରେ ମଧ୍ୟ କେତେକ ସମର୍ଥକ ଏଭଳି ବ୍ୟାନର ଧରିଥିବା ଦେଖାଯାଇଛି ବୋଲି କଟୋଚ୍‌ କହିଛନ୍ତି। ଆଇଏସ୍‌ଆଇ ଦୀର୍ଘ ଦିନ ଧରି ଭାରତରେ ଆଶାନ୍ତି ସୃଷ୍ଟି ପାଇଁ ପ୍ରୟାସ ଜାରି ରଖିଛି। ଖଲିସ୍ତାନ କାର୍ଯ୍ୟକ୍ରମ ୧୯୯୦ରେ ଭାରତୀୟ ସେନା ଦ୍ୱାରା ଲୋପ ପାଇଥିଲା। ତେବେ ଆଇଏସ୍‌ଆଇ ଏହାକୁ ପୁଣି ସକ୍ରିୟ କରିବାର ଉଦ୍ୟମ କରୁଥିବା କଟୋଚ୍‌ କହିଛନ୍ତି।

Share