ଖଳନାୟକ ଚରିତ୍ରରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ୟଶରାଜ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଚତୁର୍ଥ ଫିଲ୍ମ ଧୁମ-୪ରେ ଅକ୍ଷୟ କୁମାରଙ୍କ ଅଭିନୟ ଦେଖିବାକୁ ମିଳିବ। ଧୁମ-୪ରେ ଅକ୍ଷୟ ଖଳନାୟକ ଚରିତ୍ରରେ ନଜର ଆସିବେ। ଏଥିରେ ଅକ୍ଷୟଙ୍କ ସହ ୨୦୧୭ର ମିସ୍‌ ଓ୍ବାର୍ଲଡ ମାନୁଷୀ ଛିଲ୍ଲର ବି ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ଫିଲ୍ମର ପ୍ରଯୋଜକ ଓ ଅକ୍ଷୟ କୁମାରଙ୍କ ଭିତରେ କଥାବାର୍ତ୍ତା ଚାଲିଥିବା କୁହାଯାଉଛି। ୟଶରାଜ ପ୍ରଡକ୍ସନରୁ ଏନେଇ କୌଣସି ସ୍ପଷ୍ଟିକରଣ ମିଳି ନ ଥିବା ବେଳେ ଚଳିତ ବର୍ଷର ଶେଷ ଆଡକୁ ଏହା ବାବଦରେ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି। ଧୁମ୍‌ ଫିଲ୍ମ ବିଶେଷ ଭାବରେ ଖଳନାୟକ ଚରିତ୍ର ପାଇଁ ଜଣାଶୁଣା। ଫିଲ୍ମର ପ୍ରଥମ ସିରିଜ୍‌ରେ ଖଳନାୟକ ଚରିତ୍ରରେ ଜନ୍‌ ଆବ୍ରାହମ୍‌ ଅଭିନୟ କରିଥିବା ବେଳେ ଦ୍ୱିତୀୟରେ ହ୍ରିତିକ ରୋଶନ ଓ ତୃତୀୟରେ ଅମିର ଖାନଙ୍କୁ ଡବଲ ରୋଲରେ ଦେଖିବାକୁ ମିଳିଥିଳା।

Share