ଖସି ଯାଇଥିବା ଖଞ୍ଜାକୁ ଠିକ୍‌ କରେ ଅଦା

ଆଜିକାଲି ଅଣ୍ଟା ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଯଦି ଅଣ୍ଟା ଭିତରେ ଅବା ମେରୁଦଣ୍ଡର ଶେଷ ଭାଗରେ ଥିବା ହାଡ଼ରେ ଯନ୍ତ୍ରଣା ଅନୁଭବ ହୋଇଥାଏ ତେବେ ଏହାକୁ ଖସି ଯାଇଥିବା ଖଞ୍ଜା ବା ସ୍ଲିପ୍‌ ଡିସ୍କ ବୋଲି କୁହାଯାଇଥାଏ। ଶରୀରରେ କ୍ୟାଲସିୟମ୍‌ର ଅଭାବ ହେଲେ ଅଥବା ଅଧିକ ଭାରି ଜିନିଷ ଉଠାଇଲେ ଏହି ସମସ୍ୟା ଦେଖାଦେଇଥାଏ। ଆୟୁର୍ବେଦ ଅନୁଯାୟୀ, ଏହାକୁ ଘରୋଇ ଉପଚାର ମାଧ୍ୟମରେ ଠିକ୍‌ କରାଯାଇପାରିବ।
-ଅଦାସହ ୫ଟି ଲବଙ୍ଗ ଓ ଗୋଲ ମରିଚ ଗୁଣ୍ଡ କରି ଏକ ଗ୍ଲାସ ଉଷୁମ ପାଣିରେ ମିଶାଇ ଦିନରେ ୨ଥର ପିଇଲେ ସ୍ଲିପ୍‌ ଡିସ୍କ ସମସ୍ୟା ଦୂର ହୋଇଥାଏ।
-ପ୍ରତ୍ୟେକ ଦିନ ଖାଦ୍ୟରେ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଯେପରିକି ଦୁଧ ଓ ଦହିକୁ ସାମିଲ କଲେ ଏହି ସମସ୍ୟା ଠିକ୍‌ ହୋଇଥାଏ।
-ଦିନକୁ ୨ଥର ଡାଲଚିନି ପାଉଡର ସହ ମହୁ ମିଶାଇ ଖାଇଲେ ଲାଭ ମିଳିଥାଏ।
-ନିତିଦିନ ଖାଦ୍ୟରେ ଫଳ, ସବୁଜ ପନିପରିବା, ଗାଜର, ଟମାଟୋ, ଲାଉ, କାକୁଡ଼ି ଆଦି ସାମିଲ କଲେ ଭଲ। ପୌଷ୍ଟିକ ତତ୍ତ୍ୱ ଥିବା ଖାଦ୍ୟ ଖାଇଲେ ସ୍ଲିପ୍‌ ଡିସ୍କ ସମସ୍ୟା ଠିକ୍‌ ହୋଇଥାଏ।