ଖାଇବାକୁ ଦିଆଯାଇ ନ ଥିବା ଅଭିଯୋଗ: ୧୬ନଂ ଜାତୀୟ ରାଜପଥ ଅବରୋଧ କଲେ ପ୍ରବାସୀ ଓଡ଼ିଆ

ଭଦ୍ରକ ଅଫିସ,୧୬।୫ – ଶନିବାର ପୂର୍ବାହ୍ନରେ ୧୬ନଂ ଜାତୀୟ ରାଜପଥ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ପ୍ରବାସୀମାନେ ଶନିବାର ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି। ଘଟଣା ନେଇ ଖବର ପାଇବା ପରେ ଭଦ୍ରକ ଜିଲା ଗ୍ରାମାଞ୍ଚଳ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ସେମାନଙ୍କୁ ବୁଝା ସୁଝା କରିଥିଲେ। ଏହା ପରେ ରାସ୍ତାରୋକୋ ହଟିଥିଲା।

ବରଗଡ଼ ଜିଲାର ପ୍ରବାସୀ ମାନେ କୋଏମ୍ବାଟୁରରୁ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଯୋଗେ ଶନିବାର ରାତିରେ ଭଦ୍ରକରେ ପହଞ୍ଚିଥିଲେ। ସେଠାରେ ରାତିରେ ସେମାନଙ୍କୁ ଠିକ ଭାବେ ଖାଇବାକୁ ଦିଆଯାଇ ନ ଥିବା ଅଭିଯୋଗରେ ସେମାନେ ନିଜ ନିଜ ବ୍ୟାଗ ଧରି ରାସ୍ତାରୋକୋ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

Share